
ବାରିପଦା, (ଦେବସ୍ମିତ ଚୌଧୁରୀ) : ଜାମସେଦପୁର ଚିଫ୍ ଜୁଡିସିଆଲ୍ ଅଦାଲତରେ ଏକ ସଡ଼କ ଦୁର୍ଘଟଣା ମାମଲାରେ ଓଏସ୍ଆର୍ଟିସି ବସ୍ ଓ ଏହାର ଡ୍ରାଇଭରଙ୍କୁ ରିଲିଜ୍ କରିବାକୁ ଅଦାଲତ ଆଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଗତ ୮ ଅଗଷ୍ଟ ୨୦୨୬ରେ ଜାମସେଦପୁରର ବିଷ୍ଣୁପୁର ଥାନା ଅନ୍ତର୍ଗତ ପୁରୁଣା କୋର୍ଟ ନିକଟରେ ଓଡି-୩୩-ଏଡବ୍ଲ୍ୟୁ-୦୫୬୭ ନମ୍ବରର ଏକ ବସ୍ ଏବଂ ଜେଏଚ୍-୦୫-ଇବି-୬୫୪୫ ନମ୍ବରର ଏକ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ବିଷ୍ଣୁପୁର ଥାନାରେ କେସ୍ ନମ୍ବର ୯୫/୨୬ ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ବସ୍ ଡ୍ରାଇଭର ଓ ଦୁର୍ଘଟଣାଗ୍ରସ୍ତ ବସ୍କୁ ରିଲିଜ୍ କରିବା ପାଇଁ ଅଦାଲତରେ ଆବେଦନ ଦାଖଲ ହୋଇଥିଲା । ମାମଲାର ବିଚାର କରି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବିଶ୍ୱାଳ ଗୌରବ ବସ୍ ଓ ଡ୍ରାଇଭରଙ୍କୁ ରିଲିଜ୍ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ମାମଲାରେ ଓଏସ୍ଆର୍ଟିସି ଓଡ଼ିଶା ପରିଚାଳକ ଭୁବନେଶ୍ୱରର ପ୍ରିୟଙ୍କା ନନ୍ଦଙ୍କ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯାଇଥିବା ବେଳେ ଜାମସେଦପୁରର ଆଇନଜୀବୀ ଲୀନା ମହାନ୍ତି ଓ ବିଦ୍ୟୁତ କୁମାର ମହାନ୍ତି ମାମଲାଟି ପରିଚାଳନା କରୁଥିଲେ ।