csstore

ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ : ରାସ୍ତା ଉପରେ ବିଜୁଳି ନାହିଁ କି ପୋଲିସ ପେଟ୍ରୋଲିଂ ବି ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ । ଏହି ଅଂଚଳରେ ରାସ୍ତା ଉପରେ ବିଜୁଳି ନାହିଁ କି ପୋଲିସ ପେଟ୍ରୋଲିଂ ମଧ୍ୟ ନାହିଁ, ଯେଉଁଥି ପାଇଁ ରାତ୍ରି ସମୟରେ ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ସଂପୃକ୍ତ ଅଂଚଳ ବୋଲି ଚର୍ଚ୍ଚା ହେଉଛି । ବଲାଙ୍ଗିର ସହରରେ ନିର୍ମିତ ହୋଇଥିବା ନୂତନ ବସ୍‌ଷ୍ଟାଣ୍ଡ ଆଖପାଖରେ ରହିଛି ଇଡ୍‌କୋ ଅଂଚଳ । ଏହି ଅଂଚଳରେ ସ୍କୁଲ, କଲେଜ ତଥା ଲେଡିଜ୍‌ ହଷ୍ଟେଲ୍‌ ଗୁଡ଼ିକ ରହିଥିବା ବେଳେ ରାତ୍ରି ସମୟରେ ଭେଳା ଭେଳା ଅସାମାଜିକ ଯୁବକ ରାସ୍ତା କଡ଼ରେ ବସି ମଦ୍ୟପାନ କରିବା ସହ ହୋ-ହାଲ୍ଲା କରୁଥିବା ଅଭିଯୋଗ ହେଉଛି । ରାସ୍ତା କଡ଼ରେ ବତୀଖୁଣ୍ଟ ନଥିବା ଯୋଗୁଁ ଅସାମାଜିକମାନଙ୍କୁ ଏଠାରେ ବେଶ୍‌ ସୁବିଧା ମିଳୁଛି ବୋଲି ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରୁଥିବା ବେଳେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ମହୋଦୟ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.