csstore

ରାଉରକେଲା କଲେଜରେ ଯୁକ୍ତ ୩ କଳା ଓ ବାଣିଜ୍ୟର ଇ ଆଡମିଶନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲାରେ ଯୁକ୍ତ ୩ କଳା ଓ ବାଣିଜ୍ୟ ବିଭାଗରେ ଇ ଆଡମିଶନ ଆରମ୍ଭ ହୋଇଛିଫ ଏହି ଆଡ଼ମିଶନ ଫେଜ ୧ର ପ୍ରଥମ ରାଉଣ୍ଡ ୧୩,୧୬ ଓ ୧୭ ତାରିଖ ଦିନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୩,୨୪ ଓ ୨୫ ତାରିଖ ଦିନ ହେବ । ଏସଆରସି ରେ ଆଡମିଶନ ହେଉଥିବାରୁ ଛାତ୍ରଛାତ୍ରୀମାନେ ଚୟସକୁ ଫ୍ରିଜ କରି ଆଡ଼ମିଶନ ନେଉଛନ୍ତି । କଲେଜର ଅଧ୍ୟକ୍ଷ ଡ ରବିନ୍ଦ୍ର କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପିକା ବନ୍ଦନା ସୋରେନ, ଅଧ୍ୟାପିକା ଦୀପାଳି ପ୍ରଧାନ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପକ ରଞ୍ଜିତ ପ୍ରଧାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଶିବରାମ କୁମ୍ଭାର, ପ୍ରଶାନ୍ତ କୁମାର କର, ବୀରବର ସୁବୁଦ୍ଧି ପ୍ରମୁଖ ନାମଲେଖା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.