pakka

ବଲାଙ୍ଗିରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ଅଗଷ୍ଟ ୧୩ରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଅଗଷ୍ଟ ୧୩ ତାରିଖ ଶନିବାର ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବାକୁ ଯାଉଛି । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଦଦାରୀ(ସାଲିସ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ ଜଳ ଓ ଅନ୍ୟାନ୍ୟ ବିଲ୍‌ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍‌ ମକଦ୍ଦମାସ୍ତରୀୟ ମାମଲା ତଥା ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଶ୍ରମ ଓ ନିଯୁକ୍ତ ବିବାଦ, ବିଦ୍ୟୁତ ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପ।।ରିବ । ଲୋକ ଅଦାଲତରେ ମକଦ୍ଦମା, ବିବାଦର ସମାଧାନ ପାଇଁ କୌଣସି ଅର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ । ଦୀର୍ଘ ଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ଯୋଗ୍ୟ ସୁଯୋଗ । ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା ଏବଂ ମୁରିବାହାଲ ସହିତ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

two + twenty =

error: Content is protected !!