pakka

ବରଗଡ଼ ସହରରେ ଏସିଡ୍‌ ମାଡ଼ : ୫ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧୀନସ୍ଥ ୧୧ ନଂ ୱାର୍ଡ ନୂଆପଡ଼ାରେ ଆଜି ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ ପିଙ୍କୁ ଶର୍ମା(୩୬) । ପବନ ଏବଂ ମନୋଜ ଦୁଇଭାଇ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ କଳିଗୋଳ ହେଉଥିଲା । ଏହି ସମୟରେ ପଡ଼ୋଶୀ ଲୋକେ ସମାଧାନ ପାଇଁ ସେଠାରେ ପହଞ୍ଚି ଥିବା ବେଳେ ପବନ ଏସିଡ୍‌ ମାଡ଼ କରିଥିଲେ । ଏହି ଏସିଡ୍‌ ମାଡ଼ରେ ଉପରୋକ୍ତ ଲୋକଙ୍କ ସହ ପବନ ନିଜେ ମଧ୍ୟ ଗୁରୁତର ହୋଇଥିଲେ । ତେବେ ସମସ୍ତ ଗୁରୁତରଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ (ଭୀମସାର୍‌) ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ପବନଙ୍କୁ ପୋଲିସ ଟାଉନ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

fourteen − 9 =