pakka

ବରିଷ୍ଠ ଠିକାଦାର ପ୍ରଶାନ୍ତ କୁମାର ପତିଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହର ବରିଷ୍ଠ ସୁନାମଧନ୍ୟ ଠିକାଦାର ପ୍ରଶାନ୍ତ କୁମାର ପତି (ପତି ଠିକାଦାର)ଙ୍କ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଦିନ ରାତି ୧୧ଟାରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଯକୃତ ଜନୀତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ୫୪ ବର୍ଷ ବୟସ ହୋଇଥିଲା । ତାଙ୍କର ପଛରେ ପତ୍ନୀ ସରସୀ ପତି, ଦୁଇ ପୁଅ ଡ. ବିଶ୍ଵଜିତ ପତି, ଇଂଜିନିୟର ଅଭିଜିତ ପତି, ବାପା ଶ୍ରୀ ନିବାସ ପତିଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କର ମୃତ୍ୟୁ ଖବର ବିଦ୍ୟୁତ୍ ବେଗରେ ପ୍ରସାରିତ ହେବା ପରେ ବରଗଡ଼, ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବରିଷ୍ଠ ଠିକାଦାର ପତି ଅଞ୍ଚଳର ଜଣେ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାଙ୍କର ଜନ୍ମ ମାଟି ଢେଙ୍କାନାଳ ଜିଲ୍ଲାର ପଞ୍ଚପଡାଠାରେ ତାଙ୍କର ଅନ୍ତିମ ସତ୍‌କାର କରାଯାଇଥିଲା ।

jay balangir
Leave A Reply

Your email address will not be published.

sixteen + four =