pakka

ଭୁତିଆରବାହାଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ମୃତ

bbehera

ବଲାଙ୍ଗିର, (କେପିଏନ୍‌ଏ୍‌ସ) : ବଲାଙ୍ଗିର ଜିଲ୍ଲା ଭୁତିଆରବାହାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ମେଘ ଚିନ୍ଦା । ସୂଚନା ଅନୁସାରେ ଗତକାଲି ମେଘ ଏକ ଅଟୋରେ ଯାଉଥିବା ବେଳେ ଭୁତିଆରବାହାଲ ନିକଟରେ ଏକ ଅଜଣାଗାଡି ଧକ୍କା ଦେବାରୁ ସେ ଗୁରତର ହୋଇଥିଲେ । ପରେ ସ୍ଥନାୀୟ ଲୋକେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣି ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଆଜି ବଲାଙ୍ଗିର ପୋଲିସ ଶବକୁ ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.

eight + 8 =