om academy

ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା : କଲେଜର ଡିନ୍‌କୁ ଭେଟିଲା ଏବିଭିପି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ତାରିଖରେ ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ହରିୟାଣାର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ଘେରରେ ରହିଯାଇଛି । କିଛି ମାସ ପୂର୍ବରୁ ମଧ୍ୟ ଏହି କଲେଜର ହଷ୍ଟେଲରେ ଜଣେ ଛାତ୍ରୀ ପ୍ରାଣ ହରାଇଥିଲେ । ତେବେ ଏହି ସବୁ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଖୁବ୍‌ ଶୀଘ୍ର ତଦନ୍ତ ଓ ସଠିକ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ କଲେଜର ଡିନ୍‌ଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟ ସହ ସଂପାଦକ ବିଜୟ କଲ୍‌ତା, ବଲାଙ୍ଗିର ଜିଲ୍ଲା ସଂଗଠନ ସଂପାଦକ ଲଳିତ ଦାଶ, ଚୁଡାମଣୀ ମେହେର, ନବୀନ ସଗରିଆ, କୃପାସିନ୍ଧୁ ଭୋଇ ପ୍ରମୁଖ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − sixteen =