csstore

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଏସ୍‌ପି ସ୍ୱାତି ଏସ୍‌. କୁମାର, ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା, (ପିଏଆଇଟିଡିଏ) ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, (ପିଡ଼ି)ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଡୁ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ୍ତ କୁମାର ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଆଜି ୪୧ଟି ଅଭିଯୋଗ ଶୁଣାଣି ମଧ୍ୟରୁ ୨୧ଟି ବ୍ୟକ୍ତିଗତ ଓ ୧୯ଟି ଗୋଷ୍ଠୀ ଭିତ୍ତିକ ଶୁଣାଣି ହୋଇଛି । କେନାଲ, କଲ୍ୟାଣସିଂହପୁର ଠାରୁ ଦେବଗିରି ପାହାଡ଼ ପର୍ଯ୍ୟନ୍ତ ଓସାରିଆ ରାସ୍ତା, କାଳୀସୁନ୍ଦରୀ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗୀୟ ରାସ୍ତା ଉପରେ ବିଭାଜନକାରୀ କାନ୍ଥ ନିର୍ମାଣ, କଲ୍ୟାଣ ମଣ୍ଡପ ଓ ଦେବଗିରି ପାନ୍ଥଶାଳା ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରାଯାଉ ବୋଲି ଗୋଷ୍ଠୀ ଭିତ୍ତିକ ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ଭତ୍ତା, ଆବାସ ଯୋଜନା, ରାସନକାର୍ଡ ବିଷୟ ନେଇ ଅଭିଯୋଗ ହୋଇଥିଲା । ଏଙ୍କେଟେଶ୍ୱର ପ୍ରେପକାଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠିରୁ ୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଡ଼ିଓ ମନୀଷା ଦାସ, ତହସିଲଦାର ରଞ୍ଜନ କୁମାର ମାନସେଠ, ସହକାରୀଯନ୍ତ୍ରୀ ସବ୍ୟସାଚୀ ନାୟକ, ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.