jsm

ପଦ୍ମପୁର ବ୍ଲକରେ ପାଇଖାନା ଦୁର୍ନୀତି ଅଭିଯୋଗ‌ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଲେ ଆଶିଷ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଏଥିପାଇଁ ତ ସରକାର ଘରେ ଘରେ ପାଇଖାନା ନିର୍ମାଣ ନିମିତ୍ତ ଅନୁଦାନ ପ୍ରଦାନ କରି ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ହେଲେ ବହୁଦିନ ପର୍ଯ୍ୟନ୍ତ ପାଇଖାନା ବ୍ୟବହାର ଓ ଏହାଦ୍ୱାରା ମଳକୁ ଖତ, କମ୍ପୋଷ୍ଟରେ ପରିଣତ କରି ସ୍ୱାସ୍ଥ୍ୟ ସହିତ ଆର୍ଥିକ ବିକାଶ ଭାବନା ନେଇ ସରକାରଙ୍କ ରାଜ୍ୟ ଜଳ ଓ ପରିମଳ ମିଶନ ପତ୍ର ୩୪୮ ତା: ୧୮.୦୪ .୨୦୧୮ରେ ଜିଲ୍ଲାପାଳ, ବିଡିଓ ମାନଙ୍କୁ ୧୨ ହଜାର ଟଙ୍କାରେ ୨ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ନିମନ୍ତେ ଆଦେଶ ଦେଇଥିଲେ । କିନ୍ତୁ ଅଧିକାଂଶ ଗ୍ରାମ ତଥା ବ୍ଲକରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ କରାଯିବା ସହ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ । ଏହା କେବଳ କୋଟି କୋଟି ଟଙ୍କାର ଦୁର୍ନୀତି ନୁହେଁ, ବରଂ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ଲୋକଙ୍କୁ ରୁଗ୍ଧ କରି ଦୁର୍ବଳ କରାଯିବାର ଯୋଜନା ହୋଇପାରେ । ପାଇକମାଲ ବ୍ଲକର କିଛି ଗ୍ରାମ ଯଥା ଖଣ୍ଡସିବାଞ୍ଜି ଗ୍ରାମରେ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ ହୋଇ ଥିବାର ଜଣାଯାଏ । ପଦ୍ମପୁର ବ୍ଲକ, ୨୨ ପଞ୍ଚାୟତର ସଂପୂର୍ଣ୍ଣ ଭାବ ବରେ ଏକ ଟାଙ୍କି ବିଶିଷ୍ଟ ପାଇଖାନା ନିର୍ମାଣ କରାଯାଇ ଦୁଇ ଟାଙ୍କି ବିଶିଷ୍ଟ ପାଇଖାନାର ବିଲ୍ କରାଯାଇ ଥିବାର ଜଣାଯାଏ । କିଛି ସରକାର ସରକାରୀ ଅଧିକାରୀ ଗ୍ରାମାଞ୍ଚଳର ଲୋକମାନ ମାନଙ୍କର ସ୍ୱାସ୍ଥ୍ୟ ସହିତ ଖେଲ ଖେଳିବାର ଜଣାଯାଏ । ସରକାର ଏହି ବିଷୟକୁ ଗମ୍ଭୀରତାର ସହ ବିଚାରକୁ ନେଇ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁରୋଧ କରାଯାଇଛି । ପ୍ଲାକାର୍ଡ ମାଧ୍ୟମରେ, ବେଗରେ ଥିବା ସ୍ୱାସ୍ଥ୍ୟ ହଁ ସମ୍ପଦ, ଗାଁ ଗାଁରେ ପାଇଖାନା ଦୁର୍ନୀତି, ପାଇଖାନା ଦୁର୍ନୀତି ଆମର ଦାବି ବୋଲି ନାରା ଦେଇଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧୀନରେ ଅଳ୍ପ ଥିବା ଯୁବାଖୋଲ ଗ୍ରାମର ଆଇନ ଛାତ୍ର ତ‌ଥା ସମାଜସେବୀ ଆଶିଷ ଜ୍ୟୋତିଷ । ସୋମବାର ଦିନ ପଦ୍ମପୁର ବ୍ଲକ ଅଫିସରେ ଚାଲିଥିବା ଜନଅଭିଯୋଗ ଶୁଣାଣୀରେ ଆସି ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଆଶିଷ ଜ୍ୟୋତିଷ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ ପତ୍ରରେ ଦାବି ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.