ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ରୋଗୀ ହଇରାଣ ହେଉଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ଟୁକୁର୍ଲ୍ଲା ଠାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବାକୁ ହେଲେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଯିବାକୁ ହୋଇଥାଏ ଓ ସେଠାକୁ ଯିବା ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନାହିଁ । ଟେମ୍ପୁ ସାହାଯ୍ୟରେ ଗଲେ ୫ ଶହ ଟଙ୍କା ଦେବାକୁ ପଡିଥାଏ । ଆଜି ଏପରି ଏକ ଅସହାୟ ଘଟଣା ସାମ୍ନାକୁ ଆସିଛି ବଡ଼ସରେଇପାଲି ରୁଚିଦା ଅଞ୍ଚଳରୁ । ଝାଡା, ବାନ୍ତି ହେଉଥିବା ଏକ ଗୁରୁତର ଅବସ୍ଥାରେ ଥିବା ଯୁବକ ଲୋଚନ ସାହୁ(୩୬)ଙ୍କୁ ତାଙ୍କ ବାପା ବାବନ ସାହୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଚିକତ୍ସା ପାଇଁ ନେଇ ଆସିଥିବା ବେଳେ ଡାକ୍ତର ଅଲ୍ଟ୍ରାସାଉଣ୍ଡ କରି ଆଣିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଏତେ ବଡ଼ ବଡ଼ କୋଠା ଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ପରେ ପାଞ୍ଚଶହ ଟଙ୍କା ଦେଇ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ଏକ ଟେମ୍ପୁ ସାହାଯ୍ୟରେ ତାଙ୍କ ବାପା ଓ ଜଣେ ଭଦ୍ର ବ୍ୟକ୍ତି ତାଙ୍କୁ ନେଇ ଯାଇଥିଲେ । ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରୁ ଅଲ୍ଟ୍ରାସାଉଣ୍ଡ କରି ଫେରିଲା ବେଳକୁ ସେ ଡାକ୍ତର ଆଉ ରହୁ ନାହାନ୍ତି ତାଙ୍କର ସମୟ ସୀମା ସରିଗଲା ପରେ ରୋଗୀ ଆହୁରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଥା ଶୀଘ୍ର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା କରିବା ଜନସାଧାରଣଙ୍କ ପକ୍ଷରୁ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.