ls

ଭତ୍ତା ଓ ଆବାସ ଯୋଜନା ସାତ ସପନ

a12

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଗଣ୍ଡପାଲି ପଞ୍ଚାୟତ ଧୁମାପାଲି ଗ୍ରାମର ସୁମିତ୍ରା ରାୟଙ୍କ ସ୍ୱାମୀ ଆରପାରିକୁ ଚାଲିଗଲା ପରେ ଦୀର୍ଘ ଏକ ବର୍ଷ ହେଲା ବାରମ୍ବାର ଭତ୍ତା ଓ ଘର ଖଣ୍ଡେ ପାଇଁ କାକୁତି ମିନତି ହେଲେ ମଧ୍ୟ କିଛି ଫଳପ୍ରଦ ମିଳୀନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଙ୍କର ଦୁଇଟି ଛୋଟ ଛୋଟ ଛୁଆ ଅଛନ୍ତି । ସେ କାମ କରିବାକୁ ଗଲେ ଖାଇବାକୁ ମିଳିଥାଏ ‌। ଏମିତି ସେ ବିଧବା ମା ନିଜର ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ତେଣୁ ଘର ଖଣ୍ଡେ ତିଆରି କରିବା ପାଇଁ ସକ୍ଷମ ନୁହନ୍ତି । ସେପଟେ ସୁମିତ୍ରା ରାୟଙ୍କ ମାଟି ଘର । ଯେଉଁ ଘରେ ବର୍ଷା ବର୍ଷିଲେ ରହିବାର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କ ଦୁଷ୍ଟି ପଡୁନଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି ମାଟି ଘରେ ରହିବା ପାଇଁ ଉପଯୁକ୍ତ ନୁହେଁ । କୋଡିଏ ବାଇଶଦିନ ହେବ ତାଙ୍କ ଦେଢଶ୍ୱଶୁର ଦିବ୍ୟଙ୍ଗ ପଦ୍ୟୁନ ମଧ୍ୟ ଆରପାରିକୁ ଚାଲିଗଲେ । ତାଙ୍କ ଶବ ସତ୍କାର ପାଇଁ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାର ସହାୟକ ମଧ୍ୟ ମିଳି ନଥିବା ଅଭିଯୋଗ ହେଉଛି । ଏହି ପରିବାର ପ୍ରତି ନ୍ୟାୟ ସଙ୍ଗତ ଲୋକେ ପଦକ୍ଷେପ ନେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

manabhanjan
Leave A Reply

Your email address will not be published.