csstore

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଶ୍ରମିକ ଦିନ ମଜୁରିଆ ମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ମାନ କରୁଛନ୍ତି । ହେଲେ ଏହି ଯୋଜନା ମାନଙ୍କର ସୁଲାଭ ପାଇ ପାରୁନାହାନ୍ତି ହୀତାଧିକାରୀ ଗ୍ରାଉଣ୍ଡ ୦ରେ ଫେଲ୍‌ ମାରୁଛି ସବୁ ଯୋଜନା । କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଜାଗାରୁ ଶ୍ରମିକ ଏବଂ ପ୍ରବାସି ମାନେ ଘରକୁ ଫେରିଥିଲେ । ହେଲେ କାମ ନଥିବା ଯୋଗୁଁ ରୋଜଗାର ପାଇଁ ସରକାର ବିଭିନ୍ନ ପ୍ରକାରର ରୋଜଗାର ବ୍ୟବସ୍ଥା ମାନ କରିଥିଲେ । ମହାତ୍ମା ଗାନ୍ଧୀ ଗ୍ରାମ୍ୟ ରୋଜଗାର ଯୋଜନା ଅନୁଯାୟୀ ବହୁ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା ହେଲେ କାମ ସରିବାର ମାସ ମାସ ବିତି ଯାଇ ନୁତନ କାର୍ଯ୍ୟ ଆରମ୍ଭ ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ଯାଏଁ ପ୍ରଥମରୁ କରିଥିବା ନିଜ ଝାଳ ବୁହା ପରିଶ୍ରମର ପାରିଶ୍ରମିକ ପାଇ ପାରିନାହାନ୍ତି ଶ୍ରମିକ । ଅନ୍ୟପଟେ କାଗଜପତ୍ର ଅନୁଯାୟୀ କାମ ହୋଇଥିବା ସ୍ଥାନ ଗୁଡିକରେ ନା ଅଛି ଫଳକ ନା ଅଛି ଚିହ୍ନବର୍ଣ୍ଣ ! ଆଉ କେଉଁଠି କେବଳ ସମତଳ ଭୂମିକୁ ସଫା କରି ଦେଇ କାଗଜପତ୍ରରେ ବନ୍ଧ କାର୍ଯ୍ୟ ହୋଇଥିବା ଦେଖାଇଛନ୍ତି ଅଧିକାରୀ ବୋଲି ଅଭିଯୋଗ ହୋଇଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ବରତୁଣ୍ଡା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ସମାନ ଅଭିଯୋଗ । ଶ୍ରମିକ ମାନେ ନିଜର ପାରିଶ୍ରମିକ ପାଇ ପାରୁନଥିବା ବେଳେ କିଛି ଲୋକଙ୍କ ଆକାଉଣ୍ଟରେ କେବଳ ଅଧା ପଇସା ମିଳି ଥିବାର ଅଭିଯୋଗ ହେଉଛି । କିନ୍ତୁ ଅନଲାଇନରେ ଦାଖଲ ରିପୋର୍ଟ ଅନୁଯାୟୀ ପ୍ରାୟ ସବୁ ଟଙ୍କା ଉଠି ଥିବାର ଉଲ୍ଲେଖ ରହିଛି । ତେବେ ଯେଉଁମାନେ କାମ କରିଥିଲେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା କାହିଁକି ତାଙ୍କର ପଉଣା ମିଳୁନାହିଁ, ଏହା ଏକ ସବୁଠୁ ବଡ ପ୍ରଶ୍ନ ହୋଇଛି । କାର୍ଯ୍ୟ ଚାଲିଥିବା ସ୍ଥାନରେ ସରକାରୀ ନିୟମାନୁଯାୟୀ ଶ୍ରମିକଙ୍କ ପାଇଁ ଦୁର୍ଘଟଣାବଶତଃ ଚିକିତ୍ସା ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ବିଶ୍ରାମ ପାଇଁ ଟେଣ୍ଟର ମଧ୍ୟ ବ୍ୟବସ୍ଥା ରହିବା କଥା, ହେଲେ ଏଠି ଏସବୁ ତ ଦୂରର କଥା, ନିଜ କ୍ଷତ ଚିକିତ୍ସା ପାଇଁ ନିଜେ ପଇସା ସାରି ଖର୍ଚ୍ଚାନ୍ତ ହେଉଛନ୍ତି ଶ୍ରମିକ । ଅନ୍ୟ ପଟେ ଏତେଦିନ ବିତିଯାଇଥିବା ସତ୍ୱେ ମଧ୍ୟ ପାଉଣା ନ ପାଇଥିବାରୁ ବହୁ ଅଭାବ ଅନାଟନରେ ଘର ଚଳାଇବା ସହ ଚାଷ ପାଇଁ ବିହନ ମଧ୍ୟ କିଣି ପାରିନଥିବା କହିଛନ୍ତି କିଛି ଗ୍ରାମବାସୀ । ଏ ସମ୍ପୃକ୍ତରେ ପାଇକମାଲ ବି.ଡି.ଓ.ଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି ବି କହିବା ପାଇଁ ମନା କରି ଦେଇଛନ୍ତି ।

jayashree
Leave A Reply

Your email address will not be published.