pakka

ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ଅଭିଯୋଗ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ହେଉଥିବା ନେଇ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ ପ୍ରକାର ଅନୁଦାନ ଆସିଥାଏ । ଉକ୍ତ ରାଶି ବା ଅନୁଦାନକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ଅନୁମୋଦନ କ୍ରମେ ଖର୍ଚ୍ଚ ହୋଇଥାଏ । ଉକ୍ତ ଖର୍ଚ୍ଚ ପାଇଁ ସରକାର ଗାଇଡଲାଇନ ମଧ୍ୟ ଦେଇଥାନ୍ତି ଏବଂ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଇଥାଏ । ମାର୍ଚ୍ଚ ୩୧ ତାରିଖ ପରେ ବିଭିନ୍ନ ସ୍ଥାନରେ ଶିବିର କରି ଉଚ୍ଚ ଖର୍ଚ୍ଚର ବିନିଯୋଗ ପ୍ରମାଣ ପତ୍ର ତଥା ଅନ୍ୟାନ୍ୟ କାଗଜାତ ବ୍ଲକ ଅଫିସ ତରଫରୁ ନିଆଯାଇଥାଏ । ଉକ୍ତ ସମୟରେ ଜଣେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସମଗ୍ର ଶିକ୍ଷାର କର୍ମଚାରୀମାନେ ଉପସ୍ଥିତ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରୁ ୧୦୦୦ ରୁ ୨୦୦୦ ଟଙ୍କା ଅସୁଲି ହେବାର ଆଲୋଚନା ହେଉଛି । ଶିକ୍ଷକମାନେ ଯେହେତୁ ଶିକ୍ଷା କାର୍ଯ୍ୟାଳୟରୁ ପେଟ ପାଟଣା ପାଇଁ ଦରମା ପାଆନ୍ତି ବାଧ୍ୟ ବାଧ୍ୟକତାରେ ଚୁପ ରହି ଏହି ଟଙ୍କା ଦେବା ପାଇଁ ବାଧ୍ୟ ହେଇଥାନ୍ତି ବୋଲି ମତ ପ୍ରକାଶ ପାଇଛି । ଏହା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଇଙ୍ଗିତରେ ହେଉଥିବାରୁ ଅନେକ ଶିକ୍ଷକ ଭୟରେ ମୁହଁ ଖୋଲୁ ନାହାନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବିଭିନ୍ନ ବିଦ୍ୟାଳୟଠାରୁ ଟଙ୍କା ଅସୁଲ ସଂପର୍କରେ ଆଗାମୀ ଦିନରେ କି ପଦକ୍ଷେପ ନେବେ ତାହା ଆଗକୁ ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

4 × 2 =