୧୪ ଦିନ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ କଲେ ତେଲିଗୋଠପଡ଼ାରେ ରହୁଥିବା ଯାଜ୍ଞସେନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୪ ଦିନ ହେଲା ନିଖୋଜ ଅଛନ୍ତି ସ୍ୱାମୀ । ସ୍ୱାମୀଙ୍କୁ ଖୋଜିବା ପାଇଁ ବଲାଙ୍ଗିରରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସ୍ତ୍ରୀ । ତଥାପି ସ୍ୱାମୀଙ୍କୁ ଏଯାଏଁ ପାଇନାହାନ୍ତି । ୧୪ ଦିନ ବିତି ଯାଇଥିଲେ ମଧ୍ୟ ହାର ମାନିନାହାନ୍ତି ସ୍ତ୍ରୀ ଯାଜ୍ଞସେନୀ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ଆସିଷ୍ଟାଣ୍ଟ ଭାବରେ କାମ କରୁଥିବା ଦେବେନ୍ଦ୍ରନାଥ ଘଡ଼େଇଙ୍କୁ ତାଙ୍କ ପତ୍ନୀ ଯାଜ୍ଞସେନୀ ୧୪ ଦିନ ହେଲା ନ ପାଇ ପାଗଳପ୍ରାୟ ହୋଇଗଲେଣି । ଦେବେନ୍ଦ୍ରନାଥ କଟକ ଜିଲ୍ଲା ନେମାଳ ଥାନା ଓରତି ଗାଁର ମୂଳ ବାସିନ୍ଦା । ୫ ବର୍ଷ ତଳେ ବଲାଙ୍ଗିର ସହର ମାଲପଡ଼ାର ଯାଜ୍ଞସେନୀଙ୍କୁ ସେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଝିଅ ଟିଏ ମଧ୍ୟ ଅଛି । ଉଭୟ ବଲାଙ୍ଗିର ସହର ତେଲିଗୋଠପଡ଼ାରେ ଗୋଟିଏ ଭଡ଼ା ଘରେ ରହୁଥିଲେ । ସବୁ କିଛି ଠିକଠାକ ଚାଲିଥିଲା । ହେଲେ ଗତ ଫେବୃଆରୀ ୨୬ରେ ଘଟିଥିଲା ଅଘଟଣ । ଦେବେନ୍ଦ୍ରନାଇ ନିଜ ଗାଁ କଟକ ଓରତିକୁ ଯାଇଥିବା ବେଳେ ସେଠାରୁ ଆଉ ଫେରି ନାହାନ୍ତି । ସେବେଠାରୁ ତାଙ୍କର ଖୋଜଖୋଜ ଖବର ନାହିଁ । ସ୍ୱାମୀ ନିଖୋଜ ହେବା ପରେ ସ୍ତ୍ରୀ ଯାଜ୍ଞସେନୀ ତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବଲାଙ୍ଗିର ଠାରୁ ଆରମ୍ଭ କରି କଟକ ଯାଏଁ ସମସ୍ତ ଥାନାରେ ସେ ସ୍ୱାମୀଙ୍କୁ ଖୋଜି ଆଣିବାକୁ ଲିଖିତ ଭାବେ ଅନୁରୋଧ କରିବା ସହ ନିବେଦନ କରିଛନ୍ତି ।

Leave A Reply

Your email address will not be published.

nine + seven =