ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମରେ ଜନୈକ ବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ମୃତା ମହିଳାଙ୍କ ବାପଘର ଲୋକେ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।

ଲୋଇସିଂହା ଥାନା ବୁର୍ଡ। ପଂଚାୟତ ବାଞ୍ଜିପାଲି ଗ୍ରାମର ସମାଜସେବୀ ଟଂକାଧର ସାହୁଙ୍କ ଝିଅ ରଜନୀ(୨୬) କୁଶଙ୍ଗ ଗ୍ରାମର ସୁଦର୍ଶନ ସାହୁଙ୍କ ପୁଅ ଭୀଷ୍ମଦେବ(୩୪)ଙ୍କୁ ଗତ ଦୁଇବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ସୋମବାର ଅପରାହ୍ନରେ ବିଦ୍ୟୁତ ଆଘାତ ଲାଗି ରଜନୀଙ୍କ ମୃତ୍ୟୁ ହୋଇଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ଭୀଷ୍ମଦେବ ଟଂକଧରଙ୍କୁ ଫୋନ କରିଥିଲେ । ଖବର ପାଇ ମୃତା ମହିଳାଙ୍କ ବାପଘର ଲୋକେ କୁଶଙ୍ଗ ପହଁଚିଥିବା ବେଳେ ରଜନୀଙ୍କ ମୃତ ଦେହ ଘର ଭିତରେ ପଡି ରହିଥିବା ଦେଝିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ବିବାହ ସମୟରେ ସାଧ୍ୟ ମୁତାବକ ଯୌତୁକ ସାମଗ୍ରୀ ଦିଆ ଯାଇଥିଲେ ମଧ୍ୟ ଅଧିକ ଯୌତୁକ ଦାବିରେ ଝିଅକୁ ନିର୍ୟ୍ୟାତନା ଦିଆଯାଉଥିଲା ବୋଲି ମୃତା ମହିଳାଙ୍କ ବାପା ଟଂକଧର ଅଭିଯୋଗ କରିଛନ୍ତି । ଏଥିସହିତ ରଜନୀଙ୍କ ସ୍ୱାମୀ ଭୀଷ୍ମ, ଶ୍ବଶୁର ସୁଦର୍ଶନ ଓ ଶାଶୁ ଦହନା ମିଳିତ ଭାବେ ତାଙ୍କ ଝିଅକୁ ମାରିଦେଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିବା ଟଂକଧର ଅଭିଯୋଗ କରିଛନ୍ତି । ବଲାଂଗୀର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ବଲାଂଗୀର ପଠାଇଥିବା ଜଣାଯାଇଛି ।

Leave A Reply

Your email address will not be published.

two + 11 =