ଜନ୍ମଦିନ ଅବସରରେ ସଚେତନ କରିବା ସହ ମାକ୍ସ ବଣ୍ଟନ କଲେ ଅଭିଜିତ ସତୀଶ କୁମାର ନାଏକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଞ୍ଚାୟତ ଅଧିନରେ ଥିବା ତେଲିପୁଖା ପାଣି ଗ୍ରାମର ଅଭିଜିତ ସତୀଶ କୁମାର ନାଏକ ଜଣେ ଅଧ୍ୟାପକ ଅଟନ୍ତି । ତାଙ୍କ ଜନ୍ମଦିନ ଅବସରରେ ସେ ନିଜ ଗ୍ରାମରେ ମାକ୍ସ ବଣ୍ଟନ କରିବା ସହିତ ଗ୍ରାମବାସୀ ମାନଙ୍କୁ କରୋନାର ସଚେତନତା ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ସାରା ମାନବ ସମାଜକୁ ମହାମାରୀର ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନକୁ ଦିନ ସ୍ଥିତି ଆହୁରି ଜଟିଳ ଆଡକୁ ଗତି କରିବାରେ ଲାଗିଛି । ଏଭଳି ସମୟରେ ଅଧ୍ୟାପକ ଶ୍ରୀ ନାଏକ ନିଜେ ସଚେତନ ରହିବା ସାଙ୍ଗକୁ ଲୋକଙ୍କୁ ସଚେତନ କରିଛନ୍ତି ।

Leave A Reply

Your email address will not be published.

15 − seven =