ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସୁଦପଡା ମଦଭାଟି ରାସ୍ତାରେ ନବଘନ ମରାଠୀ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ଘରକୁ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ମୋବାଇଲ ଓ ଟଙ୍କା ଛଡାଇ ନେବାକୁ ଉଦ୍ୟମ କରିଥିଲେ । ହେଲେ ନବଘନ ଏହାକୁ ବିରୋଧ କରିବାରୁ ସେମାନେ ଏକ ଲୁହା ରଡ୍‌ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଆକ୍ରମଣ କରି ଲୁଟ୍‌ ଉଦ୍ୟମ କରୁଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି । ତେବେ ସେହି ରାସ୍ତାରେ ଲୁଟ୍‌ ଉଦ୍ୟମ ହେଉଥିବା ଖବର ପାଇ ଲୋକେ ଏକୁଟିଆ ଯାତାୟାତ କରିବା ପାଇଁ ଭୟଭୀତ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.

twenty + 16 =