ଗୁହାଳ ତିଆରି କରି ପ୍ରାପ୍ୟ ନ ପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫପ୍‌ସି ଗ୍ରାମର ଗୋପାଳକମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁହାଳ ତିଆରି କରି ପ୍ରାପ୍ୟ ପାଇ ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଫପ୍‌ସି ଗ୍ରାମର ଗୋପାଳକମାନେ । ସେମାନଙ୍କ କହିବା ଅନୁସାରେ, ସରକାର ଗୋପାଳକମାନଙ୍କୁ ଗୁହାଳ ଯୋଗାଇ ଦେଉଥିବା ବେଳେ ତାଙ୍କ ପାଖରେ ଗାଈ ଅଛି କିନ୍ତୁ ଗୁହାଳ ନାହିଁ । ଗାଈ ରହିବେ କେମିତି । ସେମାନେ କଷ୍ଟେ ମଷ୍ଟେ ଗୁହାଳ ତିଆରି କରିଥିଲେ ହେଁ ୧ ବର୍ଷ ପରେ ମଧ୍ୟ ପ୍ରାପ୍ୟ ପାଇ ନଥିବାରୁ ଆଜି ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ସମାଧାନ କରିବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

16 − nine =