ଦ୍ୱିତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

  • ବିଏମ୍‌ସି ବ୍ଲକକୁ ହରାଇଲା ବାଗଭାଡି ଓ ଅମାମୁଣ୍ଡାକୁ ହରାଇ ଖଲିଆପାଲି ସେମିଫାଇନାଲ୍‌ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ଦ୍ୱିତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ ବିଏମ୍‌ସିକୁ ବାଗଭାଡି ଟ୍ରାଇବ୍ରେକର ୨-୧ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଅମାମୁଣ୍ଡାକୁ ଖଲିଆପାଲି ୧-୦ ଗୋଲରେ ପରାସ୍ତ କରିଥିଲା ଏବଂ ତୃତୀୟ ମ୍ୟାଚ୍‌ ବାଗଭାଡିକୁ ଖଲିଆପାଲି ଟ୍ରାଇବ୍ରେକର ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲ୍‌କୁ ପ୍ରବେଶ କରିଛି । ଅତିଥି ଭାବରେ ଖୁଜେନପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜିତା ପାଣିଗ୍ରାହୀ, ହେମନ୍ତ ବେହେରା, ସଂଗ୍ରାମ ବହିଦାର ଉପସ୍ଥିତ ଥିଲେ । ମ୍ୟାଚ୍‌ରେ ନରସିଂହ ନାଏଡୁ, ଶରତ ନନ୍ଦ, ଅବଦୁଲ ମୁଜିବ, ଖଲିଉର ରହେମାନ, ରାଜେନ୍ଦ୍ର ଧରୁଆ, ସଞ୍ଜୀବ ମହାରଣା, ପ୍ରଫୁଲ୍ଲ ବଗର୍ତ୍ତୀ, କାର୍ତ୍ତିକ ବଗର୍ତ୍ତୀ ଓ ମ୍ୟାଚ୍‌ କମିସନର ଭାବରେ ସୁନୀଲ ବିଶ୍ୱାଲ ଖେଳ ପରିଚାଳନା କରିଥିଲେ । ମ୍ୟାନ ଅଫ୍ ଦି ମ୍ୟାଚ୍‌ ମୁରଲି ଭୋଇ, ଅଭିମନ୍ୟୁ ପାଣ୍ଡେ ଓ କାହ୍ନା ଭୁଏ ପାଇଥିଲେ । ବିନୋଦ କାଲସାଏ, ଦେବାଶିଷ କାଲସାଏ, ଶଙ୍କର ଦୀପ, ସୁଦାମ କାଲସାଏ, ମହାଦେବ କାଲସାଏ, ରାହାସ କାଲସାଏ, ଲାଲ ମଣି କାଲସାଏ, ଚକ୍ରରାଜ କାଲସାଏ, ବୁନୁ ତାଣ୍ଡି, ଅଜିତ କାଲସାଏ ଓ ଜନ କଲ୍ୟାଣ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × two =