ଯୁବକଙ୍କୁ ହାଣି ଲୁଟ୍‌ପାଟ୍‌ ଅଭିଯୋଗ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ରାସ୍ତାର ଡଙ୍ଗାପଥର ପାଖରେ ଦୀନେଶ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଦୁବୃର୍ତ୍ତମାନେ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଛନ୍ତି । ସୂଚନା ଅନୁସାରେ, ବଲାଙ୍ଗିରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିବା ଦୀନେଶ ପ୍ରତିଦିନ ଭଳି ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିରରୁ ତୁଷୁରାକୁ ଫେରୁଥିଲେ । ତୁଷୁରା-ଦେଓଗାଁ ରାସ୍ତାରୁ ରେଳ ଫାଟକ ଓ ଡଙ୍ଗାପଥର ମଝିରେ ରାତି ପ୍ରାୟ ୮ଟା ୧୦ ମିନିଟରେ ଦୁଇ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇ ଥିଲେ । ସେମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ସାଢେ ୬ ହଜାର ଟଙ୍କା ଓ କମ୍ପ୍ୟୁଟର ଟାବଲେଟ୍‌ ଲୁଟି ନେଇଥିଲେ ।

Leave A Reply

Your email address will not be published.