csstore

ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠୀ ଗ୍ରାମ ପଞ୍ଚାୟତର ସଂକ୍ରିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲିଙ୍ଗରାଜ ପାଣ୍ଡେଙ୍କ ସଂଯୋଜନାରେ ହନୁମାନପଡାର ସମସ୍ତ ଅଧିବାସୀ ଯୋଗଦାନ କରିଥିଲେ । ଅତିଥି ଭାବେ ଗାଁର ଗୌନ୍ତିଆ ହରି ପାଣ୍ଡେ, ମହାଦେବ ବେହେରା, ଯତୀନ୍ଦ୍ର ହାତୀ, ରାଜେନ୍ଦ୍ର ପାଣ୍ଡେ ଯୋଗଦାନ କରି ନୂଆଁଖାଇ ଗଣପର୍ବ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ହନୁମାନପଡ଼ାର ଅଜିତ ମହାକୁର, ଦେବର୍ଚ୍ଚନ ବରିହା, ନରୋତ୍ତମ ଗିର୍ଣ୍ଣା, ତୁଳା ରାମ ବାଗ, ଘନ ଶ୍ୟାମ ବିଶାଳ, ଦିବ୍ୟ ପାଣ୍ଡେ, ତୁଳା ରାମ ଗିର୍ଣ୍ଣା, ଲକ୍ଷ୍ମଣ ପାଣ୍ଡେ, ଆନନ୍ଦ କର୍ରି, ଅମିତ ମାହାକୁର, ଭୋଜରାଜ ପାଣ୍ଡେଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅକ୍ଷୟ ପାଣ୍ଡେ ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.