om academy

ଆତ୍ମହତ୍ୟା କରିଦେଲେ ନବବଧୂ, ନିର୍ଯାତନା ଦିଆଯାଉଥିବା ନେଇ ଥାନାରେ ଅଭିଯୋଗ କଲେ ତାଙ୍କ ଭାଇ

jsm

ଭୁବନେଶ୍ୱର : ଶଶୁର ଘର ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଦେଲେ ନବବଧୂ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କାଲୋନୀରେ । ମୃତକ ଜଣକ ହେଲେ ନିଆଳିର ପ୍ରଜ୍ଞା ପାରିମିତା ସ୍ୱାଇଁ । ଖବର ଅନୁଯାୟୀ, ୨୦୨୨ ଜୁନ୍‌ ୮ରେ ଭୁବନେଶ୍ୱର ପଟିଆରେ ରହୁଥିବା ପ୍ରଶାନ୍ତ ପାତ୍ରଙ୍କୁ ବିବାହ କରିଥିଲେ ପ୍ରଜ୍ଞା । କ୍ୟାନ୍ସର ହୋଇଥିବା ସନ୍ଦେହରେ ପ୍ରଜ୍ଞାଙ୍କୁ ଶାଶୂ ଘର ଲୋକେ ଘରୁ ବାହାର କରି ଦେଇଥିଲେ । କ୍ୟାନ୍ସର ନୁହେଁ, ବରଂ ତାଙ୍କ ଦାନ୍ତ ବିନ୍ଧା ହେଉଥିବା ନେଇ ପରେ ଜଣାପଡିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଜ୍ଞାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.