csstore

ପାଇକମାଲ ବ୍ଲକ ପ୍ରଶାସନର ଚରମ ଅବହେଳା ଅଭିଯୋଗ : ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପାଉଣା ଏପର୍ଯ୍ୟନ୍ତ ମିଳିନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିକଟ ଅତୀତରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଅନେକ କର୍ମଚାରୀ ନିୟୋଜିତ ହୋଇଥିଲେ ଏବଂ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ନିର୍ବାଚନ ମଧ୍ୟ ସୂଚାରୁ ରୂପେ ସଂପାଦନ ହୋଇସାରିଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ତରଫରୁ ଯେଉଁ ମାନେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅଧିକାରୀ, ସେକ୍ଟର ଅଫିସର ତଥା ଭୋଟ ଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପାଉଣା ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏ ବିଷୟରେ ବାରମ୍ବାର ସଂପୃକ୍ତ ଅଧିକାରୀମାନଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ପ୍ରକାଶ ଥାଉକି ଅନ୍ୟାନ୍ୟ ବ୍ଲକ ତଥା ନିର୍ବାଚନରେ ନିୟୋଜିତ ଅନ୍ୟ କର୍ମଚାରୀମାନେ ପାଇ ସାରିଲେଣି । ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚରମ ଅବହେଳା ଯୋଗୁଁ ପ୍ରାପ୍ୟ ମିଳୁ ନଥିବାରୁ ନିୟୋଜିତ କର୍ମଚାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହାକୁ ଓଡ଼ିଶା ନିର୍ବାଚନ କମିଶନ ତୀକ୍ଷ୍ଣ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.