pakka

ଘରେ ପଶି ମହିଳାଙ୍କୁ ହତ୍ୟା ଅଭିଯୋଗ

bbehera

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଅଳକାପୁରୀରେ ଜଣେ ମହିଳାଙ୍କୁ ଘରେ ପଶି ହତ୍ୟା କରାଯାଇଥିା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ବିଜୟ ଚରଣ ବେହେରାଙ୍କ ସ୍ତ୍ରୀ ସୁରଜା ବେହେରା (୫୮) ବୋଲି ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ଏବେ ଛାନ୍‌ଭିନ୍‌ କରୁଛି । ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ଦିଗରେ ପୋଲିସ ତଦନ୍ତ କରୁଥିବା ଥାନାଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି । ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟକର ପରିବେଶ ସୃଷ୍ଟି ହୋଇଛି ।

jay balangir
Leave A Reply

Your email address will not be published.

three × two =

error: Content is protected !!