jayashree

ବଙ୍ଗୋମୁଣ୍ଡାରେ ହର୍ ଘର୍‌ ତ୍ରିରଙ୍ଗା ଅଭିଯାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସୁଭଦ୍ରା ଶକ୍ତି କାର୍ଯ୍ୟାଳୟ ଠାରେ ଆଜି ‘ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବିଡ଼ିଓ ନିତୁଶ୍ରୀ ମେହେର, ଏବିଡ଼ିଓ ସୁଶାନ୍ତ ପାଣି, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସିଡିପିଓ ମାଧୁରୀ ହୋତା, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ବଲାଙ୍ଗରି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ବିଏସ୍‌ଏସ୍‌ଓ ସଞ୍ଜିତ ସୁନା, ଶିକ୍ଷାବିତ ଡ଼ଃ. ନାରାୟଣ ମିଶ୍ର, ବିପିସି ପିତାମ୍ବର ବାଗ, ଏକାଉଣ୍ଟାନ ଧିରଜ ମହାନନ୍ଦ, କର୍ମଚାରୀ ଅଗସ୍ତି ମହାନନ୍ଦ, ରେଣୁରଞ୍ଜନ ବାଗ, ବ୍ଲକ ଶକ୍ତି ସଂଚୟିକା ମହାସଂଘର ମହିଳାମାନେ ସାମିଲ ହୋଇଥିଲେ । ବଙ୍ଗୋମୁଣ୍ଡା ବ୍ଲକର ୨୬ ଗୋଟି ପଞ୍ଚାୟତକୁ ପ୍ରାୟ ୧୦ ହଜାର ପତାକା ବଣ୍ଟନ କରାଯାଇଛି ।

Leave A Reply

Your email address will not be published.