
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ୧୦ଟି ପଞ୍ଚାୟତ ଅଧୀନ ୧୩ଟି ଗ୍ରାମରେ ଗତ ୧୯ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ “ଜନ ଭାଗିଦାରୀ ଅଭିଯାନ” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ଅଭିଯାନ ଅନ୍ତର୍ଗତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ସ୍ୟାଚୁରେସନ କ୍ୟାମ୍ପ ଓ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅଭିଯାନରେ ମୁରିବାହାଲ ପଞ୍ଚାୟତର ବନବହାଲ, ହଳଦୀ ପଞ୍ଚାୟତର କର୍ଲାପିଟା, ପତ୍ରାପାଲି (ଖ)ପଞ୍ଚାୟତର ପତ୍ରାପାଲି, ବାଙ୍କେଲ ପଞ୍ଚାୟତର ରଣାବନ୍ଧ, ଡଙ୍ଗରପଡା ପଞ୍ଚାୟତର ଡଙ୍ଗରପଡା, ଗୁଡିଘାଟ ପଞ୍ଚାୟତର ବାରବନ୍ଧ ଓ ବାବେଜୁରି,ବାନ୍ଦୁପଳା ପଞ୍ଚାୟତର ଯମୁନାବାହାଲ, ଚଣାବାହାଲ ପଞ୍ଚାୟତର କୁର୍ଲୁବାହାଲ, ଇଚ୍ଛାପଡା ପଞ୍ଚାୟତର ସର୍ଗୁଲ, ଭଣ୍ଡାରବାଞ୍ଜି, କତରଲଗା ଓ ମାଲିଶିରା ପଞ୍ଚାୟତର ଚିକିନିବହାଲି ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅଭିଯାନ ସମୟରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ପାନୀୟ ଜଳ, କୃଷିର ଉନ୍ନତି ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ଲକ ଯୋଗାଣ ବିଭାଗ, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପାନୀୟ ଜଳ ବିଭାଗ ସହିତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ବେଳେ ସମ୍ପୃକ୍ତ ପଞ୍ଚାୟତଗୁଡିକର ସରପଞ୍ଚ, ପିଇଓ ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ବ୍ଲକ ଡବ୍ଲ୍ୟୁଇଓ ଭୀମରାମ ମାଝୀ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ ।