csstore

ସଇଁନ୍ତଲା କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧିକୁ ନେଇ ଦସ୍ତଖସ୍ତ ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ଦେଶରେ ଦିନକୁ ଦିନ ଅହେତୁକ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୁଲ୍ୟବୃଦ୍ଧି ଘଟିଛି । ତେବେ ଏହାର ପ୍ରତିବାଦରେ ଅନେକ ଥର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଉହ୍ଲାଇବା ସହ ବିକ୍ଷୋଭ ମଧ୍ୟ କରିଛି କଂଗ୍ରେସ ଦଳ । ହେଲେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ତୈଳ ଦର ହ୍ରାସ ପାଇବା ବଦଳେ ବଢ଼ି ବଢ଼ି ଚାଲିଛି, ଯାହାକୁ ନେଇ ସାଧାରଣ ଖଟିଖିଆ ଲୋକଙ୍କ ଉପରେ ପ୍ରଭାବ ପଡିଛି । ଏହାର ପ୍ରତିବାଦରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ପେଟ୍ରୋଲ ପମ୍ପ ଠାରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀଙ୍କ ସଭାପତିତ୍ୱରେ ଧାରଣ ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ କଂଗ୍ରେସ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦସ୍ତଖସ୍ତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ମିଡିଆ ସେଲ୍‌ ସଂଯୋଜକ ସୁବ୍ରତ ବେହେରା, ପୂର୍ବତନ ସରପଂଚ ମକୁନ୍ଦ ନାଗ, ଚନ୍ଦ୍ର ଚନ୍ଦନ, ବେଲଗାଁ ସମିତି ସଭ୍ୟ ଦୀପକ ଅଗ୍ରୱାଲ ସମେତ ଶତାଧିକ କଂଗ୍ରେସ ଦଳର କର୍ମୀ ମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.