pakka

ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

bbehera

କରଞ୍ଜିଆ : ଦୀର୍ଘ ଏକ ମାସ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଜିଲ୍ଲା ପ୍ରଶାସନ ଏବଂ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୁ ହଟିଲେ ଆନ୍ଦୋଳନକାରୀ । ସୂଚନା ଅନୁଯାୟୀ, ୫ ଦଫା ଦାବି ନେଇ ଏକ ମାସ ପର୍ଯ୍ୟନ୍ତ ଶିମିଳିପାଳ ମୁଖ୍ୟ ରାସ୍ତାଗୁଡିକୁ ଅବରୋଧ କରିଥିଲେ ଶିମିଳିପାଳ ବିକାଶ ପରିଷଦ । ଏଥିରେ ଶିମିଳିପାଳ ଆଭ୍ୟନ୍ତରୀଣ ୩ ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକ ସାମିଲ ଥିଲେ । ଗତକାଲି ବରେହିପାଣୀଠାରେ ଯଶୀପୁର ବିଧାୟକ, ଜିଲ୍ଲା ପ୍ରଶାସନ, ବନବିଭାଗ ଓ ତିନୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ୫ ଦଫା ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନ ଓ ବନବିଭାଗର ପ୍ରତିଶୃତି ପରେ ରାସ୍ତାରୋକ ହଟିଛି । ଶେଷରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନାକାରୀ ।

jay balangir
Leave A Reply

Your email address will not be published.

4 + 12 =

error: Content is protected !!