oom

ସଇଁତଲାଠାରେ ଆମ୍ବେଦକର ପ୍ରତିମୂର୍ତ୍ତି ପାଇଁ ସ୍ଥାନ ଆବେଦନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତ ଆଦିବାସୀ, ପଛୁଆ ବର୍ଗ ଅଧିବାସୀ ବହୁଳ ସଇଁତଲା ବ୍ଲକଠାରେ ଭାରତ ରତ୍ନ ବାବା ସାହେବ ଡ. ବି.ଆର. ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ଏପ୍ରିଲ ୧୪ ବାବା ସାହେବଙ୍କ ଜୟନ୍ତୀ ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି । ଏହି ଉପଲକ୍ଷେ, ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସ୍ଥାନ ପ୍ରଦାନ କରିବାକୁ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ସଭାନେତ୍ରୀ ସବିତା ନନ୍ଦ ଏବଂ ସମ୍ପାଦିକା ସୁଷମା ବଏ ସଇଁତଲା ତହସିଲଦାରଙ୍କୁ ସାକ୍ଷାତ କରି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ସମଗ୍ର ଜିଲ୍ଲାରେ ମହିଳାଙ୍କୁ ସଚେତନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମହିଳା ସଂଗଠନ ହାତକୁ ନେଇଥିବା ବେଳେ ମହିଳାଙ୍କ ଅଧିକାର ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିବା ବାବା ସାହେବଙ୍କ ଏବଂ ସାବିତ୍ରୀ ବାଇ ଫୁଲେଙ୍କ ପ୍ରତିମୂତ୍ତି ବିଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ସଂଘ ତରଫରୁ ଯୋଜନା କରାଯାଇଛି । ତହସିଲଦାର ତଥା ରାଜସ୍ୱ ନିରୀକ୍ଷକଙ୍କୁ ସାକ୍ଷାତ କରି କିପରି ଅତିଶୀଘ୍ର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ମିଳିବ ସେ ଦିଗରେ ମଧ୍ୟ ଅନୁଷ୍ଠାନ ତରଫରୁ ସଭାନେତ୍ରୀ ଏବଂ ସଂପାଦିକା ଚେଷ୍ଟିତ ଅଛନ୍ତି ।

jittmm
Leave A Reply

Your email address will not be published.