pakka

ଆହତ ବ୍ୟକ୍ତିକୁ ସହାୟ ହେଲେ ରେଡକ୍ରସ କର୍ମୀ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ରୋଡ ମନମୁଣ୍ଡା (ଷାଣ୍ଢପାଲି) ଗ୍ରାମ ପାଖରେ ଗୁରବାର ସଂନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ରାଜେଶ ବଗର୍ତ୍ତି (୨୮) ଓ ତାଙ୍କ ମାତା ଲକ୍ଷ୍ମୀ ବଗର୍ତ୍ତି ଆହତ ହୋଇ ରାସ୍ତାରେ ପଡିଥିଲେ । ସେହି ରାସ୍ତା ଦେଇ ଡେଙ୍ଗ ବିଦ୍ୟାଳୟରୁ ଫେରୁଥିବା ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଆହତଙ୍କୁ ଦେଖି ତୁରନ୍ତ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ଆମ୍ବୁଲେନ୍ସକୁ ଫୋନ କରିଥିଲେ । ଆହତ ବ୍ୟକ୍ତିମାନଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଏକ ବେସରକାରୀ ଗାଡି ଯୋଗାଡ କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ଏବେ ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ମା’ ପୁଅ ଗୁରୁବାର ସଂନ୍ଧ୍ୟାରେ କୌଣସି ବିବାହ ଉତ୍ସବରୁ ନିଜ ଗ୍ରାମ କୁମ୍ଭାରୀକୁ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ତେବେ ପରିବାର ଓ ବନ୍ଧୁବଗ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶଙ୍କୁ ତାଙ୍କର ସହାୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

5 × one =

error: Content is protected !!