pakka

ଡେଲାଙ୍ଗରେ ଦୋଳ ପୂର୍ଣ୍ଣିମା ଉତ୍ସବ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଆ ଜନଜୀବନରେ ବସନ୍ତ ଋତୁରେ ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଦୋଳ ଉତ୍ସବ ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଭାବପୂର୍ଣ୍ଣ ପାର୍ବଣ । ଏହି ଅବସରରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ, ରଙ୍ଗର ସହିତ ଦୋଳ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ଆଠଦେଶ ଠାକୁର ତଥା ଆମ ଅଚଂଳର ଇଷ୍ଟଦେବ ଶ୍ରୀ ଶ୍ରୀ ସୋମନାଥ ଦେବ, ଶ୍ରୀ ଶ୍ରୀ ରାଧାକାନ୍ତ ଦେବ, ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବ, ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଦେବ, ପତିତପାବନ ଦେବ ଦୋଳ ବିମାନରେ ବସି ବାଣ, ବାଜା, ଆଲୋକ ମାଳାରେ ସୁସଜ୍ଜିତ ହୋଇ ତଥା ନଦିଆ ସଂକିର୍ତନ ମଣ୍ଡଳି ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ ଗ୍ରାମ ପରିକ୍ରମା କରି ଘୋରଡିଆର ଚାରୀ ସାହୀ, କଚେରୀ, କୁଆପଦା, ବାଲିହୁଙ୍କା ଶିଶୁଆପଡା, ନୂଆ ହାଟ, ଘନିପୁର, ଓଉପଡାଠାରେ ଭୋଗ ଖାଇଥାନ୍ତି । ସେହିପରିି ଶ୍ରୀ ଶ୍ରୀ ରାଧାମୋହନ ଦେବ, ଶ୍ରୀ ଶ୍ରୀ ପତିତପାବନ ଦେବ, ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ନୀଳକଣ୍ଠେଶ୍ୱର, ବାବା ବିଶ୍ୱନାଥ, ତଳ ବିଶ୍ୱନାଥ, ଓଗରନାଥ, ତୃତୀୟା ଦେବ ବାଣେଶ୍ୱର, ସମସ୍ତ ଗ୍ରାମର ଆରଧ୍ୟ ଠାକୁର ମଧ୍ୟ ଦୋଳ ବିମାନରେ ବସି ଗାଁକୁ ଗାଁ ପରିକ୍ରମା କରି ଭୋଗ ଖାଇଥାନ୍ତି । ଅପରାହ୍ନରେ ଦୋଳମଣ୍ଡପରେ ଦୋଳିରେ ବସି ପୂଜା ପାଇଥାନ୍ତି । ସଂଧ୍ୟାରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ହେବା ସହ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥାଏ । ଏଠାରେ ପଣ୍ଡିତମାନେ ନୂତନ ପଞ୍ଜକାି ପାଠ କରି ଚଳିତ ବର୍ଷ ରାଜ୍ୟ ଓ ଦେଶର ଭବିଷ୍ୟତ, ଭଲମନ୍ଦ ସଂପର୍କରେ ଆଲୋକପାତ କରିଥାନ୍ତି । ଏଥି ସହିତ ଡେଲାଙ୍ଗର ଗଡବେଗୁନିଆପଡା, ଘନିପୁର, ଯୋରକଣୀ, ତିଗିରିଆ, ସୁଜନପୁର, କଲ୍ୟାଣପୁର, ନୁଆହାଟ, ମୁନିନ୍ଦା, ଡେଲାଙ୍ଗହାଟ, ବେରବୋଇ, ଅରିଶଲ, ଗୁଆଳିପଡା, ଅଭୟମୁଖୀ, ମୋଟରୀ, ରେଙ୍ଗଳ, ଗୋଡିପୁଟ, ମାଟିଆପଡା, ସିଂଙ୍ଗବ୍ରହ୍ମପୁର, ହରିରାଜପୁର, ଜେନାପୁର, ଶ୍ରୀ ପୁରୁଷୋତ୍ତମପୁର, କୋଠବାଡ, ବେନୁପଡା, ବଡଆଙ୍କୁଲା, ମୋଟରୀ, ଚାଁଇପୁର ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଦୋଳପର୍ବ ଉତ୍ସାହ ଉଦ୍ଦୀପନା ସହ ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

jay balangir
Leave A Reply

Your email address will not be published.

one × one =