jayashree

ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସଷ୍ଟାଣ୍ଡ

  • ଯାତ୍ରୀଙ୍କ ପାଇଁ ସ୍ଥାୟୀ ବିଶ୍ରାମଗାର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅବ୍ୟବସ୍ଥା ଘେରରେ ଥିବା ସୋନପୁର ସହରର ବର୍ତ୍ତମାନ ଅସ୍ଥାୟୀ ଭାବରେ ଚାଲିଥିବା ବସଷ୍ଟାଣ୍ଡକୁ ସୁବର୍ଣ୍ଣପୁର ଜିଲ୍ଲପାଳ ଡ଼. ନୃପରାଜ ସାହୁ ଅଚାନକ ପରିଦର୍ଶନ କରିଛନ୍ତି । ବସଷ୍ଟାଣ୍ଡ ଠାରେ ଯାତ୍ରୀଙ୍କ ପାଇଁ ସ୍ଥାୟୀ ବିଶ୍ରାମ ଗାର ଓ ବିଭିନ୍ନ ମୌଳିକ ସୁବିଧା ତୁରନ୍ତ ଯୋଗାଇ ଦେବା ପାଇଁ ପୌର ପରିଷଦ ଅଧିକାରୀ ଋଷି ମାଝୀ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ କରିଥିଲେ । ସେହିପରି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ସ୍ୱଚ୍ଛତା, ବିଦ୍ୟୁତୀକରଣ, ରାତ୍ରୀ କାଳୀନ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା, ବସଷ୍ଟାଣ୍ଡରେ ଥିବା ଅସ୍ଥାୟୀ ଦୋକାନୀମାନେ ଆଗକୁ ମାଡ଼ି ଆସିଥିବାରୁ ସଙ୍କୁଚିତ ହେଉଥିବା ବସଷ୍ଟାଣ୍ଡକୁ ପ୍ରସାରିତ କରିବା ପାଇଁ ଓ ଅଘଟଣକୁ ରୋକିବାକୁ ଦୋକାନ ସବୁ ଉଚ୍ଛେଦ କରାଯିବା ସହ ଦୋକାନୀଙ୍କୁ ପଛକୁ ସ୍ଥାନାନ୍ତର କରି ସୀମିତ ବା ନିର୍ଦ୍ଧିଷ୍ଟ ଜାଗା ବ୍ୟବସ୍ଥା କରାଯିବାକୁ ପୌର ପରିଷଦ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ଼. ସାହୁଙ୍କ ସହିତ ଏଡିଏମ ରାଜେନ୍ଦ୍ର ମାଝୀ, ଯନ୍ତ୍ରୀ କାହ୍ନୁ ଚରଣ ସ୍ୱାଇଁ, ଯୁବ ନେତା ପ୍ରଭାତ କୁମାର ଦାନୀ, ପୌର ପରିଷଦ ଅମିନ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.