
- ଦୁଇ ନେତା ପଶ୍ଚିମ ଏସିଆର ପରିସ୍ଥିତି ଉପରେ ମତ ବିନିମୟ କଲେ
- କୁଏତର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆକ୍ରମଣ ପାଇଁ ଭାରତର ନିନ୍ଦାକୁ ପୁନଃ ଦୋହରାଇଲେ ପ୍ରଧାନମନ୍ତ୍ରୀ
- ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତି ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
- କୁଏତରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ଏବଂ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେବା ପାଇଁ ଅମୀରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ଅମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ୍ ସବାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଦୁଇ ନେତା ପଶ୍ଚିମ ଏସିଆରେ ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି ଉପରେ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ଉତ୍ତେଜନା ବୃଦ୍ଧି ଉପରେ ଗଭୀର ଚିନ୍ତା ପ୍ରକାଶ କରିବା ସହ କୁଏତର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତା ଉପରେ ଆକ୍ରମଣକୁ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ପୁନଃସ୍ଥାପନ ନିମନ୍ତେ ଉତ୍ତେଜନା ହ୍ରାସ କରିବା, ଆଲୋଚନା ତଥା କୂଟନୀତି ପାଇଁ ଆହ୍ୱାନକୁ ପୁନର୍ବାର ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ କୁଏତରେ ଥିବା ବିଶାଳ ଭାରତୀୟ ସମ୍ପ୍ରଦାୟର ନିରନ୍ତର ମଙ୍ଗଳ ଏବଂ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ ଆମୀରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।