pakka

ହେଡ଼ କନେଷ୍ଟବଳ ଭଗବାନ ଦୟାଣଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ଗ୍ରାମ ପଞ୍ଚାୟତର ଓଡତରବୋଇ ଗ୍ରାମର କାର୍ୟ୍ୟରତ ସିଆର୍‌ପିଏଫ୍‌ ୧୯୮ ବାଟାଲିୟନର ହେଡ କନେଷ୍ଟବଳ ଭଗବାନ ଦୟାଣା ବିଶାାପଟ୍ଟଣମ୍‌ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟକାଳ ଶେଷ ହୋଇଛି । ବିଶାଖାପାଟଣାରୁ ନିଜ ଗ୍ରାମକୁ ଫେରିଥିଲେ । ଡେଲାଙ୍ଗ ରେଲୱେ ଷ୍ଟେସନ ବଜାରଠାରେ ଆଜି ସକାଳ ୬.୩୦ ମିନିଟ ସମୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଗଲା । ଖୋଲା ଜିପ ଗାଡ଼ିରେ ଡିଜେ ସହିତ ଦେଶାତ୍ମକ ବୋଧକ ସଂଗୀତ ଗାନ, ବୀର ଯବାନ ମାନଙ୍କର ଗାଥା, ଜୟ ଯବାନ ଜୟ କିଷାନ ଧ୍ଵନିରେ ବଜାର ପରିକ୍ରମା ଓଡତରବୋଇ ବାସଭବନ ଅଭିମୁଖେ ଯାତ୍ରା କରିଥିଲେ । ରେଞ୍ଚ ସରପଞ୍ଚ ହରିହର ସ୍ୱାଇଁ, ଖେଳାଉର ସରପଞ୍ଚ ସ୍ନେହଲତା ସାହୁ, ସମିତି ସଭ୍ୟ ପବିତ୍ର ଜେନା, ୱାର୍ଡ ସଭ୍ୟ, ଜନସାଧାରଣ ଏବଂ ଥାନାର କର୍ମଚାରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ । ୩୫ ବର୍ଷ ଚାକିରୀ ଜୀବନରେ ସଂଘର୍ଷମୟ ଜୀବନ କିପରି କଟିଛି ତା’ ଉପରେ ବକ୍ତବ୍ୟ ଦେଇଥିଲେ । ସମାଜସେବା କରିବେ ବୋଲି ବୀର ଯବାନ ଭଗବାନ ଦୟାଣା ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

13 − 4 =