csstore

ଅନ୍ଧାରିବାଞ୍ଜି କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନ୍ଧାରିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦ୍ଵାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ଧାରିବାଞ୍ଜି କ୍ଲଷ୍ଟର ଅନ୍ତର୍ଗତ ଅଡାକସା, ଚନାବେଡା, ତେଲିଟିକିରା, ଭୀମଟିକିରା, ସାଲେପାଲି, ସମରଚିପା, କୁଲଥିପାଲି, ଗନିଆ ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଓ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଆର୍ତତ୍ରାଣ ଓତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶ୍ରୀଯୁକ୍ତ ପାଢ଼ୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାର ମାନବୃଦ୍ଧି କରିବା ସହ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟପାତ୍ର ହୋଇଥିଲେ । ତାଙ୍କର ଉପସ୍ଥିତି ବିଭିନ୍ନ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ସହ ଅନ୍ୟମାନଙ୍କ ମନରେ ଉତ୍ସାହ ଭରିଦେଉଥିଲା । ଶ୍ରୀଯୁକ୍ତ ଓତା ପ୍ରଥମେ ଗଣ ଶିକ୍ଷକ ଓ ପରେ ଏକ୍ସ କେଡର ବର୍ଗ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପରେ ଏ ବର୍ଷ ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି । ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଭୀମଟିକିରାର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ, ଶିକ୍ଷକ ନାରଦ ସୁନା, ଜିତେନ୍ଦ୍ରିୟ ସେଠୀ, ସୁରେଶ ସାହୁ, ସୁରେନ୍ଦ୍ର ବେହେରା, ସୁରେନ୍ଦ୍ର ଅଦାବର, ରାଜକୁମାର ଭୋଇ, ରଂଜିତ ଗଡତିଆ, ନାରାୟଣ ରଣା, ହୃଷିକେଶ ବରିହା, ରାଜକେତନ ସୁନା, ପ୍ରିୟରଞ୍ଜନ ସାହୁ, ପୂର୍ଣଚନ୍ଦ୍ର ବଢ଼େଇ, ଉତ୍କଳ ସାହୁ, ବୃନ୍ଦାବନ ଭୋଇ, ଅନନ୍ତ ଜଗଦଳା, ସଲିଲ କୁମାର ସାହୁ, ନୀଳାଚଳ ପଣ୍ଡା, ବବୃବାହନ ସାହୁ, ହରିହର କର, ଲଚ୍ଛମନ ବାଘ, ବସୁଦେବ ସୁନା, ଉମେଶ ମହାକୁର, ପ୍ରଭାତ କୁମାର ତ୍ରିପାଠୀ, ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା, ଚନ୍ଦ୍ରାବତୀ ମେହେର, ପଦ୍ମାସିନୀ ପାଢ଼ୀ ସହଯୋଗ କରିଥିଲେ । ଶିକ୍ଷକ ଅନିଲ କୁମାର ଭୋଇ ସଭା ପରିଚାଳନା କରିଥିବାବେଳେ ସିଆର୍‌ସିସି ଚିତ୍ତରଞ୍ଜନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.