csstore

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଖଣ୍ଡଦେଉଳି ହାଇସ୍କୁଲର ପୂର୍ବତନ ଶିକ୍ଷକ ତ୍ରିଲୋଚନ ତ୍ରିପାଠୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଡ଼.ଶଙ୍କର ନାରାୟଣ ବେଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରତିଷ୍ଠାତା ଅଭିରାମ ବେହେରା, ପୂର୍ବତନ ସରପଞ୍ଚ ବଂଶୀଧର ଗୌଡ଼, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ଶିକ୍ଷାବିତ୍‌ ତଥା ସମାଜସେବୀ ବିଜୟ କୁମାର ବିଶ୍ୱାଳ, ଏସ୍‌ଏମ୍‌ସି ସଭାପତି କୃଷ୍ଣଚନ୍ଦ୍ର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ନାହାକ, ସ୍କୁଲ କମିଟି ସଦସ୍ୟ କନ୍ଧ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ ଆଧ୍ୟାପକ ଲିଙ୍ଗରାଜ ସାହୁ, ସମାଜସେବୀ ପ୍ରଭାକର ନାହାକ ପ୍ରମୁଖଙ୍କ ସମେତ ସ୍କୁଲ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ଶ୍ରୀ ତ୍ରିପାଠୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ତ୍ରିପାଠୀ ତାଙ୍କର ବକ୍ତବ୍ୟରେ ସ୍କୁଲ ଐତିହ୍ୟ, ଖ୍ୟାତି ସମ୍ପର୍କରେ ଅଭିଭୂତ ହୋଇ ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ବିଜ୍ଞାନ ଶିକ୍ଷକ ବିଘ୍ନରାଜ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ଶୁସାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଲ୍ଲାସ ଜେନା, କୃଷ୍ଣ ଚନ୍ଦ୍ର ସ୍ୱାଇଁ, ବନିତା ଜେନା, ଶ୍ରଦ୍ଧାଞ୍ଜଳି ବଡ଼ଜେନା, ବାବୁଲା ସାହୁ, ଉଗ୍ରସେନ ବଳିୟାରସିଂ, ସୁଧାକର ସ୍ୱାଇଁ, ବସନ୍ତ ପ୍ରଧାନ ପ୍ରମୁଖଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମର ସୁପରିଚାଳନାରେ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.