pr

ଶିରାବାହାଲ ପ୍ରଧାନ ଶିକ୍ଷକ କୁଳମଣି ବକୁଳଙ୍କ ଅବସର ଗ୍ରହଣ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଶିରାବହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବ ବି.ଆର.ସି.ସି କୁଳମଣି ବକୁଳ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସର କାଳୀନ ସମାରୋହରେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବ ବିଇଓ ପ୍ରଶାନ୍ତ ଯୋଶୀ ଯୋଗ ଦେଇଥିବା ବେଳେ ଦେଓଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଗୋପବନ୍ଦୁ ମେହେର, ଶାଶ୍ୱତ ମହାବିଦ୍ୟାଳୟ ଜରାସିଂହାର ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର, ଏବିଇଓ କବିରାଜ ମାଝୀ, ଚୌତନ୍ୟ ଧରୁଆ, ସଇଁନ୍ତଲା ଏବିଇଓ ମହାଦେବ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ବକୁଳଙ୍କ ବିଦାୟ କାଳୀନ ସମ୍ବଦ୍ଧନା ସଭା ନୁହେଁ ବରଂ ଜଣେ କର୍ମନିଷ୍ଠ ଆଦର୍ଶବାଦ, ଦକ୍ଷ ଏବଂ ନିଷ୍ଠାପର ପ୍ରଧାନ ଶିକ୍ଷକଙ୍କ କର୍ମ ସେବା ପ୍ରତି ସମ୍ମାନ ଜଣାଇବା ନେଇ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବ ସିଆର୍‌ସିସି ନିର୍ମଳା ସାହୁ, ସିଆର୍‌ସିସି ଶୋଭନ ସାହୁ, ହରେକୃଷ ରଥ, ବସନ୍ତ ବୁଡ଼େକ ସହ ସ୍କୁଲର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଆଶିଷ ବାରିକ, ବରିଷ୍ଠ ଶିକ୍ଷକ ଖାଡିଆ ସାହୁ, ପ୍ରଜ୍ଞାପରମିତା ନାଏକ, ବିଣାପାଣୀ ସାହା, ତାରା ପଧାନ ପରିଚାଳନା କମିଟିର ସଭାପତି କାନ୍ତ ଧରୁଆଙ୍କ ସହ ସମସ୍ତ ସଭ୍ୟ ସହ ଅବିଭାବକ, ଅବିଭାବିକା ଯୋଗଦେଇ ଶ୍ରୀ ବକୁଳଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

nrusinghnath
Leave A Reply

Your email address will not be published.