pakka

ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ରାସ୍ତା ଅବରୋଧ କଲେ ଅଂଚଳବାସୀ

bbehera

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଶେଷରେ ଅଂଚଳବାସୀ ରାସ୍ତା ଅବରୋଧ କରିଥିବା ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର-ବାଦିମୁଣ୍ଡା ରାସ୍ତାରେ ଶତାଧିକ ଅଂଚଳବାସୀ ଆଜି ରାସ୍ତାରୋକ କରିଛନ୍ତି । କୁହାଯାଇଛି ଯେ, ଏହି ରାସ୍ତା ଉପରେ ବିଭାଗୀୟ ନଜର୍‌ ନଥିବା ବେଳେ ପ୍ରତ୍ୟହ ହଜାର ହଜାର ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଅନ୍ୟପକ୍ଷେ ଏହି ଅଂଚଳରେ ରହିଥିବା ଦୁଇ ତିନୋଟି କ୍ରସର୍‌ରୁ ନିୟମିତ ଗେଠି ପଥର ବୋଝେଇ ଟମ୍ଫର୍‌ ଗାଡ଼ି ଯାତାୟାତ ଯୋଗୁଁ ରାସ୍ତାର ସ୍ଥିତି ଆହୁରି ସଂଗୀନ ହୋଇପଡ଼ୁଛି । ତେବେ ଏହି ରାସ୍ତାର ଉଚ୍ଚମାନର ନିର୍ମାଣ ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

ten + twelve =