ରାଉରକେଲା ଇସ୍ପାତ କାରଖାନା : ଗ୍ୟାସ ଲିକରେ ୪ କର୍ମୀଙ୍କ ମୃତ୍ୟୁକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ ହୋଇ ୪ ଜଣ ଠିକା କର୍ମଚାରୀ ମୃତ୍ୟୁବରଣ କରିବା ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପକ୍ଷରୁ ନୋଟିସ ଜାରି କରାଯାଇଛି ।
ଗ୍ୟାସ ଲିକ ଘଟଣାରେ ପରିବେଶରେ କ’ଣ କ୍ଷତି ହୋଇଛି ସେନେଇ ରିପୋର୍ଟ ଦେବାକୁ ରାଉରକେଲା ଇସ୍ପାତ କାରଖାନାକୁ ନୋଟିସ ହୋଇଛି । ଏକମାସ ମଧ୍ୟରେ ନୋଟିସର ଉତ୍ତର ରଖିବା ପାଇଁ କୁହାଯାଇଛି ।
ସେଲ ପକ୍ଷରୁ ୪ ଜଣିଆ ଉଚ୍ଚ଼ ସ୍ତରୀୟ ତଦନ୍ତ କମିଟିର ଯାଞ୍ଚ ଗତକାଲି ଶେଷ ହୋଇଥିବା ବେଳେ ଆଜି ସେଲ ଅଧ୍ୟକ୍ଷଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ । ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି, ଭିଲାଇ ଷ୍ଟିଲ ପ୍ଲାଣ୍ଟ ସିଜିଏମ, ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟ ସିଜିଏମ ଓ କୋଲକାତା ପରିବେଶ ମ୍ୟାନେଜମେଣ୍ଟ ସିଜିଏମ ଆଦି ୪ ଜଣିଆ କମିଟି ତଦନ୍ତ କରୁଥିଲେ । ଏନେଇ ରାଉରକେଲା ଇସ୍ପାତ କାରଖାନା ପିଆର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ୬ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିଲା । ଯେଉଁଥିରେ ୪ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.

13 − 8 =