jsm

ଗୁଳିମାଡରେ ଫାଷ୍ଟଫୁଡ୍‌ ଦୋକାନୀଙ୍କ ମୃତ୍ୟୁ ପ୍ରତିବାଦରେ ମୁଖ୍ୟରାସ୍ତା ଅବରୋଧ

csstore

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ଥାନା କାପସି ଛକରେ ଗତ ୬ ତାରିଖ ରାତିରେ ଫାଷ୍ଟଫୁଡ୍‌ ଦୋକାନୀ ନୀଳାମ୍ବରଙ୍କୁ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରିଥିଲେ । ଯାହାଫଳରେ ସେ ଗୁରୁତର ହୋଇ ପଡିଥିଲେ । ଗତ ୯ ତାରିଖ ରାତିରେ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଗାଁକୁ ଶବ ଫେରିଥିଲା । ଆଜି ସକାଳୁ ପରିବାରବର୍ଗ ଓ ଗ୍ରାମବାସୀ ସିନାପାଲି କାପସି ଛକ ମୁଖ୍ୟରାସ୍ତାରେ ଶବ ରଖି ସରକାରୀ ସହାୟତା ପାଇଁ ଦାବି କରି ଆନ୍ଦୋଳନ କରିଥିଲେ । ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି ୭ଟି ଦାବି ରଖିଥିଲେ । ଦାବି ଅନୁସାରେ ମୃତ ନୀଳାମ୍ବରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ମୃତ ବ୍ୟକ୍ତିଙ୍କ ସ୍ତ୍ରୀକୁ ତୁରନ୍ତ ଭତ୍ତା ପ୍ରଦାନ, ପୀଡ଼ିତ ପରିବାର ନିରାଶ୍ରୟ ହୋଇଥିବାରୁ ଘରଡ଼ିହ ପ୍ରଦାନ, ଆବାସ ଯୋଜନାରେ ସାମିଲ, ମୃତକଙ୍କ ସ୍ତ୍ରୀକୁ ସରକାରୀ ନିଯୁକ୍ତି, ୫ ବର୍ଷର ଶିଶୁପୁତ୍ର ଓ ଗର୍ଭବତୀ ସ୍ତ୍ରୀର ଭବିଷ୍ୟତ ସନ୍ତାନ ପାଇଁ ଶିକ୍ଷାର ବ୍ୟବସ୍ଥା ଆଦି ଅନ୍ୟାନ୍ୟ ଦାବି କରିଥିଲେ । ଖବର ପାଇ ସିନାପାଲି ତହସିଲଦାର ଉପାଞ୍ଜଳି ମାଝି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଦାବିପତ୍ର ଗ୍ରହଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଦୀର୍ଘ ସମୟ ଧରି ଖଡ଼ିଆଳ ଓ ଧର୍ମଗଡ଼ ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଏହି ଆନ୍ଦୋଳନରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ସୁରଜ ମେହେର, ସୁବାସ ମେହେର, ଧନେଶ୍ଵର ମେହେର, ମୁର୍ଲି ମେହେର, ଜିତେନ ମେହେର, ରାଜୁ ମେହେର, ଶଙ୍କର ମେହେର, ଉଦ୍ଧବ ମେହେର, ତ୍ରିନାଥ ମେହେର, ଚନ୍ଦ୍ରଭାନୁ ମେହେର, ଦେବେନ୍ଦ୍ର ମେହେର, ମୋହନ ମେହେର ପ୍ରମୁଖଙ୍କ ସହ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ସାମିଲ ଥିଲେ । ପ୍ରକାଶଥାଉ କି, ଏହି ଘଟଣାରେ ସିନାପାଲି ପୁଲିସ କାପସି ଗାଁର ନାସିର ଖାନ ଓ ଆଲୋକ ଦାଶକୁ ଗିରଫ କରି ପୂର୍ବରୁ କୋର୍ଟଚାଲାଣ କରିଛି, ଏଥିସହ ପୁଲିସ ୨ ଅଭିଯୁକ୍ତଙ୍କ ଠାରୁ ଏକ ପିସ୍ତଲ ଓ ୮ଟି ଅଫୁଟା ଗୁଳିକୁ ଜବତ କରିଥିଲା ।

yuvodaya
Leave A Reply

Your email address will not be published.