pakka

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର : କ୍ଷତିପୁରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୋର୍ଟ ପାଖରେ ଗତକାଲି ସନ୍ଧ୍ୟାରେ ଏକ ଡମ୍ଫର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଉତ୍ୟକ୍ତ ଲୋକେ ଆଜି ସକାଳୁ ଦୁର୍ଘଟଣା ସ୍ଥଳ ନିକଟରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ଓ ଦୁର୍ଘଟଣା ଘଟାଇଥିବା ଡମ୍ଫରକୁ ଠାବ କରିବା ଦାବୀରେ କଣ୍ଟାମାଳ-ସିନ୍ଧୁଗୋରା ୪୧ ନମ୍ବର ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନାମତେ ଗୁରୁବାର ସଂଧ୍ୟାରେ ଖଲିଆପାଲି ଗ୍ରାମର ଗଣେଶ୍ବର ପାଣ୍ଡ (୫୭) ଏବଂ ଗଡ଼ିଆଯୋର ଗ୍ରାମର ସୁଶାନ୍ତ ଘିବେଲା(୨୯) କଣ୍ଟାମାଳରୁ କାମ ସାରି ଘରକୁ ସାଇକଲରେ ଫେରୁଥିଲେ । କଣ୍ଟାମାଳ କୋର୍ଟ ନିକଟ ପୋଲରେ ଏକ ଅଜଣା ଡମ୍ପର ପଛପଟୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଗଣେଶ୍ଵରଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ସୁଶାନ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

3 × three =