pakka

ଇମ୍ରାନ ଖାନ କହିଛନ୍ତି, ‘୧୯୮୫ ପୂର୍ବରୁ ଯେତେବେଳେ ମୁଁ ଭାରତରୁ ପାକିସ୍ତାନ ଆସୁଥିଲି, ଲାଗୁଥିଲା ଯେ ଗରିବ ଦେଶରୁ ଧନୀ ଦେଶକୁ ଆସିଗଲି’

bbehera

ଇସ୍‌ଲାମାବାଦ : ଗୁରୁବାର ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଆକ୍ରମଣ କରିଛନ୍ତି, ଭାରତକୁ ପାକିସ୍ତାନ ସହ ତୁଳନା କରିଛନ୍ତି ।

ଇମ୍ରାନ ଖାନ କହିଛନ୍ତି, ପାକିସ୍ତାନ ଏବଂ ଭାରତ ମଧ୍ୟରେ, ମୁଁ ପାର୍ଥକ୍ୟ କହିବି … ଯେତେବେଳେ ମୁଁ ଭାରତରୁ କ୍ରିକେଟ୍ ଖେଳି ଫେରୁଥିଲି, ସେତେବେଳେ ଲାଗୁଥିଲା ଯେ ମୁଁ ଗରିବ ଦେଶରୁ ଧନୀ ଦେଶକୁ ଆସି ଯାଇଛି ।

ଦେଶକୁ ସମ୍ବୋଧିତ କରୁଥିବା ବେଳେ ଇମ୍ରାନ ଖାନ ଏହା ଏକ ଲାଇଭ ଟିଭି କାର୍ୟ୍ୟକ୍ରମରେ କହିଛନ୍ତି । ତାଙ୍କ ବ‌କ୍ତବ୍ୟରେ ଏହା ପୂର୍ବରୁ ସେ କହିଥିଲେ ଯେ ଗତ ଚାରି ଦଶନ୍ଧି ମଧ୍ୟରେ ପାକିସ୍ତାନର ଆର୍ଥିକ ଅବସ୍ଥା କିପରି ଖରାପ ହୋଇଛି ।

ସେ କହିଛନ୍ତି, “ଇମ୍ରାନ ଖାନ ଜଣେ ରାଜନେତା, ଯାହା ପାଖରେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସବୁକିଛି ଥିଲା । ମୁଁ ବୋଧହୁଏ ସେହି ବ୍ୟକ୍ତି, ଯିଏ ରାଜନୀତିରେ ଯୋଗଦେବା ପୂର୍ବରୁ ଦେଶରେ ସବୁଠାରୁ ଖ୍ୟାତି ଅର୍ଜନ କରିଥିଲା । ମୋ ପାଖରେ ଥିବା ଅର୍ଥ ମୋ ଜୀବନ ପାଇଁ ଯଥେଷ୍ଟ ଥିଲା । ତେବେ ପ୍ରଶ୍ନ ହେଉଛି, ମୁଁ କାହିଁକି ରାଜନୀତିରେ ପ୍ରବେଶ କଲି, ମୁଁ ପାକିସ୍ତାନର ଯୁବକମାନଙ୍କୁ କହିବାକୁ ଚାହୁଁଛି । ମୋର ପିତାମାତା ଗୁଲାମ ହିନ୍ଦୁସ୍ତାନରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ମୁଁ ପ୍ରଥମ ପିଢ଼ିରୁ ଆସିଛି, ଯିଏ ଏକ ସ୍ୱାଧୀନ ଦେଶରେ ଜନ୍ମ ହୋଇଥିଲା ଏବଂ ମୁଁ ମୋ ଦେଶ ପାଇଁ ବହୁତ ଗର୍ବିତ । ୫୦-୫୫ ବର୍ଷ ପୂର୍ବେ ବିଶ୍ୱରେ ପାକିସ୍ତାନର ଉଦାହରଣ ଦିଆଯାଉଥିଲା । ବିଶ୍ୱରେ ପାକିସ୍ତାନର ଏକ ସ୍ଥିତି ଥିଲା । ଯେତେବେଳେ ଆମର ରାଷ୍ଟ୍ରପତି ବାହାରକୁ ଗଲେ, ଆମେରିକାର ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ଆସିଥିଲେ । ଆମେ ଉପରକୁ ଯାଉଥିଲୁ । କିନ୍ତୁ ଧୀରେ ଧୀରେ ମୁଁ ଦେଖିଲି ମୋର ଦେଶ ତଳକୁ ଆସୁଛି ।”

ସେ ଆହୁରି କହିଛନ୍ତି, “୧୯୮୫ ପରେ ଏହି ଦେଶରେ ବିପର୍ୟ୍ୟୟ ଘଟିଥିଲା । ଦେଶରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଲା । ଯେତେବେଳେ ରାଜନୀତିରେ ଟଙ୍କାର ରାଜ୍‌ ଚାଲିବା ଆରମ୍ଭ ହେଲା, ଏହା ୧୯୮୫ ଥିଲା । ତା’ପରେ ଆମେ ଦେଖୁଥିଲୁ, କାରଖାନା ପ୍ରତିଷ୍ଠା, ବ୍ୟବସାୟ କରିବା ପାଇଁ ଲୋକମାନେ ରାଜନୀତିକୁ ଆସିବା ଆରମ୍ଭ କଲେ । ସେମାନେ ପ୍ରଧାନମନ୍ତ୍ରୀ ହୋଇଥିଲେ, କାରଖାନା ସ୍ଥାପନ କରୁଥିଲେ ଏବଂ ସେମାନଙ୍କର ୱାଜିରମାନେ ମଧ୍ୟ ଟଙ୍କା ରୋଜଗାର କରୁଥିଲେ ଏବଂ ସେହି ଦିନଠାରୁ ଆମ ଦେଶ ତଳକୁ ଖସିବାକୁ ଲାଗିଲା ।”

Leave A Reply

Your email address will not be published.

14 + 4 =