csstore

ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

କଟକ : ଯାଜପୁର କୁଆଖିଆ ଅଞ୍ଚଳର ଜଣେ ଯୁବକ ନିଜ ପେଟରେ ନିଜେ ଛୁରୀ ଭୁଷିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୁଆଖିଆ ଅଞ୍ଚଳର ସଞ୍ଜୟ କୁମାର ଦାସ ନାମକ ଜଣେ ଯୁବକ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ କଟକ ମହାନଦୀ ବିହାର ଆସିଥିବା ବେଳେ କୌଣସି କାରଣରୁ ସଞ୍ଜୟ ରାସ୍ତା କଡ଼ର ଏକ ଦୋକାନରୁ ଛୁରୀ ଆଣି ନିଜ ପେଟରେ ଭୁଷି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ତେବେ ଯୁବକ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.