pakka

ଆପ୍ ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ବରଗଡ଼ ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆପ୍ ରାଜ୍ୟ ସମ୍ପାଦକ ବିନୟ ତିଓ୍ବାରୀ ଆଜି ବରଗଡ଼ ଗସ୍ତ ଅବସରରେ ସମାଜସେବୀ ପବିତ୍ର ଦେହେରି ତାଙ୍କ ସମର୍ଥକଙ୍କ ସହ ଆପ୍ ପରିବାରରେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ଫ୍ରି ଭଳି ପ୍ରସଙ୍ଗରେ ପ୍ରଭାବିତ ହୋଇ ଶ୍ରୀ ଦେହେରି ପାର୍ଟିରେ ଯୋଗ ଦେଇଛନ୍ତି । ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ଉପସ୍ଥିତିରେ ଏହି ଯୋଗଦାନ କାର୍ଯ୍ୟକ୍ରମ ହୋଇଥିଲା । ବରଗଡ଼ ଗସ୍ତରେ ଆସି ଶ୍ରୀ ତିୱାରୀ ପାର୍ଟିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଆଗାମୀ ସାଙ୍ଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲ ବିଷୟରେ ଆଲୋଚନା କରିବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଚର୍ଚ୍ଚା ହୋଇଥିଲା । ଜିଲ୍ଳା ଆବାହକ ଭବାନୀ ସାହୁ, ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସଂଗଠକ ପୌଲସ୍ତ୍ୟ ସାହା, ମହିଳା ନେତ୍ରୀ ମରିୟମ ବାର୍ଳା, ଉଜ୍ଜ୍ୱଳ ସେଠ, ସଞ୍ଜୟ ପତି, ଅଲିମ ରିଜବି, ମମତା ବେହେରା, ଅସିତ ସାହୁ ଉପସ୍ଥିତ ଥିଲେ । ନୂଆ ସଭ୍ୟମାନଙ୍କ ମଧ୍ୟରେ ଅତାବିରାରୁ ପ୍ରକାଶ ହରିପାଲ, ଇସଲାମ ମହମ୍ମଦ, ବିଶ୍ୱାସ କୌଶଳ, ସୁବାଷ ଚନ୍ଦ୍ର ନାଗ, ସୁରସେନ ଯୋଜୋ, ଶିଳାସ ଲୁଗୁନ, ଫୁଲଜେନ କେର୍କେଟା, ମୁନା ଦେହେରି, ଅଭୟ ସାମଲ ରହିଥିଲେ ।

Leave A Reply

Your email address will not be published.

5 × 1 =