pakka

ରୁଗୁଡିପଡା ଭେଣ୍ଡିଂ ଜୋନ୍‌ରେ ନିଆଁ ଲଗେଇଲେ ଦୁର୍ବୃତ୍ତ : ମାମାଲା ଟାଉନଥାନାରେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମ୍ୟୁନିସିପାଲିଟି ପକ୍ଷରୁ ରୁଗୁଡିପଡାରେ ନିର୍ମିତ ଭେଣ୍ଠିଂ ଜୋନ୍‌ରେ କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ବେଳେ ବେପାରୀମାନେ ଏହାକୁ ନେଇ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ବେପାରୀମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ହାତରେ ସିସିଟିଭି ଫୁଟେଜ୍‌ ଲାଗିଥିବା ଜଣାପଡ଼ିଛି । ଭେଣ୍ଡିଂ ଜୋନ୍‌ର ଦୋକାନୀ ସୁନୀଲ୍‌ ସାହୁ କହିଛନ୍ତି ଯେ, ସିସିଟିଭି ଫୁଟେଜ୍‌ରେ ଜଣେ ବ୍ୟକ୍ତି ନିକଟରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଛି । ତେବେ ମ୍ୟୁନିସିପାଲିଟିର ଅବହେଳାକୁ ନେଇ ଘନେଇଥିବା ଅସନ୍ତୋଷ ଯୋଗୁଁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

7 + 18 =