pakka

ଉମାଂଗ-ଉଡାନ କାର୍ଯ୍ୟକ୍ରମ ଅନୁଷ୍ଟିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଓ କାଉନସିଲ ଅଫ୍‌ ହାଣ୍ଡିକ୍ରାପ୍ଟ ଡେଭଲପମେଣ୍ଟ କପୋରେସନ, ନୂଆଦିଲ୍ଲୀ, ଇଡିଆଇଆଇ, ଅହମ୍ମଦାବାଦ ସହଯୋଗରେ ଏବଂ ସମ୍ପର୍କ ଦ୍ଵାରା ଷ୍ଟୋନ କାର୍ଭିଂଗ କ୍ରାଫ୍ଟ କ୍ଲଷ୍ଟର କୋଣାର୍କଠାରେ ଉମାଂଗ- ଉଡାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ରନାଥ ବାହିନୀପତି, ରାମକୃଷ୍ଣ ମହାନ୍ତି, ଶରତ ଚନ୍ଦ୍ର ପ୍ରଧାନ, ସଞ୍ଜୟ କୁମାର ପତି ପ୍ରମୁଖ ଯୋଗଦେଇ ପଥର ଖୋଦିତ ଶିଳ୍ପୀ/କାରିଗରଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିସହିତ ମିନିମାରଥନ, ଗୁଡିଉଡାନ, ବୃକ୍ଷ ରୋପଣ, ରଂଗୋଲି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଶିଳ୍ପୀ/କାରିଗରମାନଙ୍କୁ ସମ୍ବୋଧିତ କରାଯାଇଥିଲା । ସମ୍ପର୍କ ପକ୍ଷରୁ ହରିହର ଜେନା, ଭଗବାନ ପ୍ରଧାନ, ସୁଶ୍ରୀସୁସ୍ମିତା ଜେନା, ସୁଚିତ୍ରା ଦାସ, ନିର୍ମଳ ପରିଡ଼ା, ଅମୀୟ ପୋଦାର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

19 − 1 =