pakka

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ କୁଡ଼ାସିଂହାରେ ଆଦିତ୍ୟ ବାହିନୀର ଶାଖା ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ଗାୟତ୍ରୀ ପୀଠରେ କୁଡ଼ାସିଂହା ତଥା ଆଖପାଖ ଅଂଚଳର ଜଗନ୍ନାଥ ପ୍ରେମୀମାନଙ୍କୁ ନେଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ସୁରକ୍ଷା ସକାଶେ ଏବଂ ଆଦିତ୍ୟ ବାହିନୀ ଶାଖା ଗଠନ କରାଯାଇଥିଲା । ଭାରତୀୟ ସଂସ୍କୃତିର ବିଚାରଧାରା ଏବଂ ସନାତନ ଧର୍ମର ସୁରକ୍ଷାକୁ ଆଗେଇ ନେବା ସକାଶେ ଶ୍ରୀ ଶ୍ରୀ ଜଗତଗୁରୁ ପୁରୀ ଗୋବର୍ଦ୍ଧନ ପୀଠାଧିଶ୍ୱର ଶ୍ରୀମାନ ଶଙ୍କରାଚାର୍ଯ୍ୟ ଭଗବାନ ନିଶ୍ଚଳାନନ୍ଦ ସରସ୍ୱତୀ ଆନୁକୂଲ୍ୟରେ ବିଧିବଦ୍ଧ ଭାବେ ଆଦିତ୍ୟ ବାହିନୀ କୁଡାସିଂହା ଶାଖା ଗଠନ କରାଗଲା । ସଭାପତି ଭାବେ ରେବତ ଜାଲ, ଉପସଭାପତି ଭାବେ ତ୍ରିନାଥ ସାହୁ, ସଂପାଦକ ପ୍ରକାଶଚନ୍ଦ୍ର ସାହୁ, ସହସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଗଙ୍ଗାଧର ସାହୁ, ସଂଯୋଜକ ରମେଶଚନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି । ଏହା ସହିତ ଅଶୋକ ସାହୁ, ନିତ୍ୟାନନ୍ଦ ସର୍ଦ୍ଦାର, ବଳଦେବ ସାହୁ, ଗୋପବନ୍ଧୁ ପଧାନ, ଉଗ୍ରସେନ ଭୋଇ ଏବଂ ମିତ୍ରଭାନୁ ବାରିକ, ଉମାକାନ୍ତ ମଲ୍ଲିକ ଏବଂ ଅମେଶ ସେଠ୍ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ଏହି ଶାଖାର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ପରିପୁରଣ କରିବା ସକାଶେ ସମସ୍ତ କର୍ମକର୍ତ୍ତା ପ୍ରତିଶ୍ରୁତିବଦ୍ଧ ହେଲେ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ବଲାଙ୍ଗିର ଜିଲ୍ଲା କ୍ଷେତ୍ରୀୟ ସଂପାଦକ ବିପିନ ବିହାରୀ ପଣ୍ଡା ଏବଂ ଜିଲ୍ଲା କମିଟି ସଭ୍ୟ ଅଶୋକ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve + five =