ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ସାମ୍ନାକୁ ଆସୁଛି । ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଜଣାପଡିଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍‌‌ ହରିଡାଯୋଡି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ହାତୀ ପାଇଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି । ଶୌଚ ପାଇଁ ଯାଇଥିବା ବେଳେ ଯୁବକଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.

one × 3 =

error: Content is protected !!