pakka

ଅସହାୟ ପରିବାରଙ୍କୁ କେବେ ମିଳିବ ଆବାସ ଘର

bbehera

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) :ସରକାର କେତେ ଯେ ଯୋଜନା କରୁଛନ୍ତି । କିନ୍ତୁ ସେ ଯୋଜନା ସବୁ ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ । ଥିଲାବାଲା ଲୋକ ଅସାଧୁ କର୍ମଚାରୀମାନଙ୍କୁ ହାତଗୁଞ୍ଜା ଦେଇ ନିଜ କାର୍ୟ୍ୟ ସମ୍ପାଦନ କରୁଛନ୍ତି । କିନ୍ତୁ ଜଣେ ଗରିବ, ଅସହାୟ ଲୋକ ଯେତେ କାକୁତି ମିନତି କଲେ ମଧ୍ୟ ତା କଥା କେହି ଶୁଣୁ ନାହାନ୍ତି । ଲୋକଙ୍କ ଠୁ ଧାର ଉଧାର କରି ହାତଗୁଞ୍ଜା ଦେଲେ ମଧ୍ୟ ପଇସା ନେଇ କାମ ମଧ୍ୟ କରୁନାହାନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମରେ । ଗ୍ରାମରେ ବାସ କରନ୍ତି ଡକ୍ରି ବରିହା, ତାଙ୍କ ସ୍ୱାମୀ ଏବଂ ବାପ ମାଁ ଛେଉଣ୍ଡ ଝିଅ ନାତୁଣୀ । ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି । ଗଲା ଆଷାଢ଼ ମାସରେ ତାଙ୍କ ଘରଟି ଭାଙ୍ଗି ଯାଇଛି । ଜରିପାଲ ଆଡି ବହୁତ ଦୟନୀୟ ଅବସ୍ଥାରେ ପଡ଼ିରହିଥିବା ବେଳେ ନିଜେ ସରପଞ୍ଚ ମଧ୍ୟ ଆସି ଦେଖି ଯାଇଛନ୍ତି । ବ୍ଲକରୁ ନେଇ ପଞ୍ଚାୟତ ଅଫିସକୁ ବାରମ୍ବାର ଧାଇଁ ଥକି ଗଲେଣି ତଥାପି କୈାଣସି ପ୍ରକାର ସାହାଯ୍ୟ ଏପର୍ୟ୍ୟନ୍ତ ମିଳି ପାରିନାହିଁ । ଡକ୍ରି ବରିହାଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ସରପଞ୍ଚ ତାଙ୍କ ଠାରୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ୧୦୦୦ ଟଙ୍କା ହାତଗୁଞ୍ଜା ନେଇ ଥିବା ଡକ୍ରି କୁହନ୍ତି । ପଇସା ନେଇ ମଧ୍ୟ ସରପଞ୍ଚ ତାଙ୍କୁ ଘର ଦେଇ ନାହାନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଅତି ଶୀଘ୍ର ଏହି ଅସହାୟ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ଗ୍ରାମବାସୀ ଦୀବୀ କରିଛି‌ନ୍ତି ।

jay balangir
Leave A Reply

Your email address will not be published.

1 + 20 =